fbpx

Video: ପ୍ରଥମ ଥର ପାଇଁ ଜଣେ ଗୋରା ବ୍ୟକ୍ତିଙ୍କୁ ଭେଟିଲେ ଜଣେ ଆଦିବାସୀ, ଦେଖନ୍ତୁ ସ୍ପର୍ଶ କରି କିପରି ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପୃଥୀବିରେ ବର୍ତ୍ତମାନର ସମାଜରେ ଜୀବନ ଯାପନ କରୁଥିବା ଲୋକେ ଦିନେ ଜଙ୍ଗଲରେ ରହି ଜୀବନ ବିତାଉଥିଲେ । ପରେ ଧିରେ ଧିରେ ଜଙ୍ଗଲୀ ଜୀବନ ବଞ୍ଚୁଥିବା ମଣିଷ ମୁଖ୍ୟସ୍ରୋତକୁ ଆସିଥିଲ । କିନ୍ତୁ ଭାରତ ସମେତ ଅନ୍ୟ କିଛି ଦେଶରେ ଏବେ ମଧ୍ୟ କିଛି ଲୋକେ ଜଙ୍ଗଲୀ ଜୀବନ ଯାପନ କରୁଥିବା ସୂଚନା ରହିଛି। ଏଠାକାର ଲୋକାମାନ ଏବେ ମଧ୍ୟ ସମାଜର ମୁଖ୍ୟ ସ୍ରୋତରୁ ଦୁରେଇ ରହିଛନ୍ତି। ଭାରତର ଆଣ୍ଡାମାନ ଓ ନିକୋବରରେ ଥିବା ଏଭଳି ଲୋକମାନଙ୍କ ରହୁଥିବା ଅଞ୍ଚଳକୁ ଯିବାକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ଗୋରା ବ୍ୟକ୍ତିଙ୍କୁ ଦେଖି ଜଙ୍ଗଲର ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟା ଦେଇଥିଲେ । ପ୍ରକୃତରେ ଏହି ଭିଡିଓ ୧୯୯୩ ରୁ ଅଟେ । ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଜଣେ ଆଦିବାସୀ ପ୍ରଥମ ଥର ପାଇଁ ଜଣେ ଗୋରା ବ୍ୟକ୍ତିଙ୍କୁ ଭେଟିଥିଲେ । ସେ ତାଙ୍କୁ ଦେଖି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଏ । ଯେତେବେଳେ ସେ ସେହି ବ୍ୟକ୍ତିଙ୍କୁ ଛୁଇଁଲେ ଏବଂ ଦେଖନ୍ତି, ଦେଖାଯାଏ ସେ ଇଲେକ୍ଟ୍ରିକ କରେଣ୍ଟ ଅନୁଭବ କଲା ପରି ପ୍ରତିକ୍ରିୟା ପ୍ରକାଶ କରନ୍ତି ।

ଏହି ଭାଇରାଲ୍ ଭିଡିଓ ଟ୍ୱିଟରରେ ଅ ହିଷ୍ଟୋରୀ ଇନପିକ୍ସ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଛି । ଏହି ଭିଡିଓରେ ସୂଚନା ଦିଆଯାଇଛି । ସୂଚନାରେ ଏହା ଲେଖାଯାଇଛି – ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଦ୍ୱାରା ପ୍ରଥମ ଥର ପାଇଁ ଜଣେ ଗୋରା ବ୍ୟକ୍ତିଙ୍କର ସାକ୍ଷାତ । ଏହାକୁ ଦେଖି ଏବେ ଲୋକମାନେ ଏହି ପୋଷ୍ଟରେ ସେମାନଙ୍କର ମତ ରଖିବା ସହ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.