fbpx

ଏହି ୩ଦେବତାଙ୍କ ଭକ୍ତ ମାନଙ୍କୁ କେବେ ବି କଷ୍ଟ ଦିଅନ୍ତି ନାହିଁ ଶନି, ଜାଣନ୍ତୁ ଏହା ପଛରେ ଥିବା କାରଣ

ଶନିଦେବଙ୍କ ନାମ ଶୁଣିଲେ ମନରେ ଭୟ ଆସିଥାଏ । ବେଳେବେଳେ ଶନିଙ୍କ ପ୍ରଭାବରେ ଜଣେ ବ୍ୟକ୍ତି କଷ୍ଟ ଏବଂ ସାଢେ ସାତୀ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଯେଉଁ ମାନଙ୍କ ରାଶିରେ ଶନି ଦେବଙ୍କ ଶୁଭ ସ୍ଥିତି ନାହିଁ, ସେମାନଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଶନି ଦେବ ଗ୍ରହ ଜଗତରେ ଜଣେ ବିଚାରପତିର ମାନ୍ୟତା ପାଇଛନ୍ତି । ଭଗବାନ ଶନି ବ୍ୟକ୍ତିର କାର୍ଯ୍ୟ ଅନୁଯାୟୀ ଫଳ ଦେଇଥାନ୍ତି । ଯଦି ଶନିଙ୍କ ଅର୍ଶୀବାଦ ବ୍ୟକ୍ତି ଉପରେ ରହେ ତେବେ ତାକୁ ସେ ଭିକାରୀରୁ ରାଜା କରାଇ ପାରନ୍ତି । ଶନିଦେବଙ୍କ ପୂଜା ବିଷୟରେ ତ ଆପଣଙ୍କୁ ଆମେ କହୁଛୁ । ଏହାଛଡା ଯଦି ଏହି ୩ଟି ଦେବତାଙ୍କ ଆପଣ ଭକ୍ତ ହୋଇଥିବେ ତେବେ ଶନିଦେବ ଆପଣଙ୍କୁ ଅଶୁବିଧାରେ ପକାଇବେ ନାହିଁ । ଶନିଙ୍କର ଯଦି ସାଢେ ସାତୀ ଚାଲିଥିବ ତେବେ ଏହି ଭକ୍ତ ମାନଙ୍କୁ ସେ କଷ୍ଟ ଦେବେ ନାହିଁ । ବର୍ତ୍ତମାନ ଆମେ ଆପଣଙ୍କୁ କହିବୁ କେଉଁ ଦେବତାଙ୍କ ଭକ୍ତି କଲେ ଶନି ଦେବଙ୍କ କୃପା ମିଳିଥାଏ । ଏହା ପୂର୍ବରୁ ଜାଣି ରଖନ୍ତୁ ଶନିଦେବ ୧୭ଜାନୁଆରୀରୁ କୁମ୍ଭ, ମୀନ ଏବଂ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ରାଶିରେ ଶନିଙ୍କ ସାଢେ ସାତୀ ଆରମ୍ଭ ହେବାକୁ ଯାଉଛି ।

ଆପଣ ଶ୍ରୀକୃଷ୍ଣଙ୍କ ଭକ୍ତ ଅଟନ୍ତି କି? ଯଦି ହଁ ତେବେ ଶନି ଆପଣଙ୍କ ସାଢେ ସାତୀରେ କୌଣସି କ୍ଷତି କରିବେ ନାହିଁ । କାରଣ ଶନିଦେବ ଶ୍ରୀକୃଷ୍ଣଙ୍କ ପୂଜା କରିଥାନ୍ତି । ସେ ମଥୁରାରେ ଥିବା କୋସିକଳାର କୋଲିକାବନରେ ଭଗବାନ ଶ୍ରୀକୃଷ୍ଣଙ୍କ ତପସ୍ୟା କରିଥାନ୍ତି । ଏହାଛଡ଼ା ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କୋଇଲି ରୂପରେ ଦର୍ଶନ ଦେଇଥିଲେ ।

ଭଗବାନ ଶିବଙ୍କ ଭକ୍ତ ଉପରେ ମଧ୍ୟ ଶନିଦେବ ଅର୍ଶୀବାଦ ଦେଇଥାନ୍ତି । କାରଣ ଥରେ ଶନିଦେବ ଶିବଙ୍କ ବାପା ମାଆଙ୍କ ଅପମାନ କରିଥିଲେ ହେଲେ ନିଜ ଭୁଲ ପାଇଁ ଶିବଙ୍କୁ ତପସ୍ୟା ବଳରେ ପାଇଥିଲେ । ଶିବ ପ୍ରଶନ୍ନ ହୋଇ ତାଙ୍କୁ ଗ୍ରହ ମାନଙ୍କ ଭିତରେ ବିଚାରପତିର ମାନ୍ୟତା ଦେଇଥିଲେ ।

ଶନିବାର ଏବଂ ମଙ୍ଗଳବାର ଦିନ ଶନିଙ୍କ ସହ ହନୁମାନଙ୍କୁ ପୂଜା କରାଯାଇଥାଏ । ଥରେ ଶନିଙ୍କୁ ନିଜ ଶକ୍ତି ଉପରେ ଗର୍ବ ହୋଇଯାଇଥିଲା । ଯାଦାଦ୍ୱାରା ସେ ହନୁମାନଙ୍କ ଖାଇବା ଫଳରେ ଧୂଳି ମିଶାଇ ଦେଇଥିଲେ । ସେଥିପାଇଁ ଶନିଦେବ ହନୁମାନଙ୍କୁ ଏକ ବଚନ ଦେଇଥିଲେ ଯେ, ସେ ନିଜ ଭକ୍ତଙ୍କୁ କେବେ ହେଲେ କଷ୍ଟ ଦେବେ ନାହିଁ ।

 

Get real time updates directly on you device, subscribe now.