fbpx

ବାତ୍ୟା ରୂପ ନେଲା ଅବପାତ:ମାଡି ଆସୁଛି ମାଣ୍ଡୋସ୍ ,ସଚେତନ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବାପରେ ଏବେ ବାତ୍ୟାରେ ପରିଣତ ହୋଇଛି । ଦକ୍ଷିଣ-ପୂର୍ବବଙ୍ଗୋପସାଗରରେ ଏହା ଘୂର୍ଣ୍ଣିଝଡ଼ରେ ପରିବର୍ତ୍ତିତ ହେବା ସହ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିନେଇ ତାମିଲନାଡୁର ଚେଙ୍ଗଲପଟୁ, କାଞ୍ଚିପୁରମ୍ ଓ ଭିଲ୍ଲୁପୁରମ ଜିଲ୍ଲାପାଇଁରେଡ ଆଲର୍ଟ ଜାରି କରାଯାଇଛି ।

ସେହିପରି ଏହା ପୂର୍ବରୁ କୁଡାଲୋର, ମାଇଲାଦୁଥୁରାଇ, ନାଗପଟିନମ୍, ତାଞ୍ଜାଉର ପ୍ରଭୃତି ଜିଲ୍ଲାପାଇଁ ରେଡ୍ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । ବାତ୍ୟାର ପ୍ରଭାବକୁ ନଜରରେ ରଖି ତାମିଲନାଡୁ ସରକାର ଏନଡିଆରଏଫ ଓ ଏସଡିଆରଏଫର ୧୨ଟି ଟିମ୍କୁ ମୁତୟନ କରିଛନ୍ତି ।
ମାଣ୍ଡୋସ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ଶ୍ରୀଲଙ୍କାରେ ଘଣ୍ଟାକୁ ୪୦ରୁ ୫୦ କିମି ପବନ ବୋହୁଥିବାବେଳେ ସ୍ଥଳବିଶେଷରେ ଏହା ୬୦ କିମି ପର୍ଯ୍ୟନ୍ତ ଲାଗି ରହିଛି । ତେବେ ଆଗକୁ ଏହା ଘଣ୍ଟାପ୍ରତି ୯୦ କିଲୋମିଟର ବେଗରେ ବୋହିବ ବୋଲି ଆଇଏମ୍ଡି ସୂଚନା ଦେଇଛି ।

ତାମିଲନାଡୁ ସରକାର ଉଦ୍ଧାର ସହ ରାଜ୍ୟରେ ବର୍ଷାପାଣି ଜମିବାର ସମସ୍ୟା ସମାଧାନ ଲାଗି ଏବେଠୁ ଅଣ୍ଟା ଭିଡିସାରିଲେଣି । ଏବେ ଏହି ବାତ୍ୟା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ପୁଡୁଚେରୀ- ଶ୍ରୀହରିକୋଟା ମୁହାଁ ହୋଇଛି । ଶୁକ୍ରବାର ମଧ୍ୟରାତ୍ରି କିମ୍ବା ଶନିବାର ଭୋର ସମୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି ।ଅନ୍ୟପକ୍ଷରେ ମାଣ୍ଡୋସର ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାରସମ୍ଭାବନା ରହିଛି ।

Get real time updates directly on you device, subscribe now.