fbpx

ମଧ୍ୟପ୍ରଦେଶ ବୋରୱେଲ ଘଟଣା:ଜୀବନ ଯୁଦ୍ଧରେ ଆଖି ବୁଜିଲା ତନ୍ମୟ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଫସିଥିବା ତନ୍ମୟ ଆଖି ବୁଜିଛି । ଦୀର୍ଘ ୪ ଦିନ ଧରି ଜୀବନ ସହ ଲଢ଼ି ଶେଷରେ ଆରପାରିକୁ ଚାଲି ଯାଇଛି ୮ବର୍ଷର ବାଳକତନ୍ମୟ । ୪୦୦ ଫୁଟ ିଳ ବୋରୱେଲକୁ ଖସି ପଡିଥିଲା ତନ୍ମୟ । ଗତକାଲି ବିଳମ୍ବିତ ରାତିରେ ତନ୍ମୟର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା ।

ସୂଚନାମୁତାବକ ଖେଳୁଥିବା ସମୟରେ ତନ୍ମୟ ବୋରୱେଲରେ ପଡିଯାଇଥିଲା । ବିଲରେ ଥିବା ଏକ ବୋରୱେଲରେ ପଡିଯାଇଥିଲା ତନ୍ମୟ । ସନ୍ଧ୍ୟା ସମୟରେ ବୋରୱେଲ ପଡିଯାଇଥିଲା । ସାଢ଼େ ୪ଦିନ ଧରି ରେସକ୍ୟୁ ଅପରେସନ ଚାଲିଥିଲା । କିନ୍ତୁ ଗତକାଲି ବିଳମ୍ବତି ରାତିରେ ତାର ମୃତ୍ୟୁ ଘଟିଛି । ବର୍ତ୍ତମାନ ତାର ମୃତ୍ୟୁ ଦେହକୁ ବୋରୱେଲରୁ ବାହାରକୁ ଆଣିଛନ୍ତି ।

ଶିଶୁଟିକୁ ଉଦ୍ଧାର କରିବା ପାଇଁ ମଧ୍ୟପ୍ରଦେଶର ଭୋପାଳ ଓ ହୋସଙ୍ଗାବାଦରୁ ଦୁଇଟି ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଂଚିବା ସହ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଥିଲେ, ସମସ୍ତଙ୍କ ଉଦ୍ୟମ ସତ୍ବେ ତନ୍ମୟ ଜୀବନ ଯୁଦ୍ଧରେ ହାରି ଯାଇଛି ।

Get real time updates directly on you device, subscribe now.