fbpx

ପୁଟିନ୍‌ଙ୍କୁ ଭେଟିବାକୁ ଯିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ ଏବଂ ଋଷ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା କମ୍ ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚଳିତ ବର୍ଷ ଶିଖର ସମ୍ମିଳନୀ ନହୋଇପାରେ। ଲାଗି ରହିଥିବା ୟୁକ୍ରେନ୍ ଯୁଦ୍ଧ କାରଣରୁ ପ୍ରଧାନମନ୍ତ୍ରୀ ମସ୍କୋ ଗସ୍ତ ନକରିବାର ସମ୍ଭାବନା ରହିଛି।

ପ୍ରତିବର୍ଷ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥାଏ । ଏଥିରେ ଋଷ ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ଯୋଗ ଦିଅନ୍ତି । ଗତ ବର୍ଷ ଡିସେମ୍ବରରେ ନୁଆଦିଲ୍ଲୀରେ ଭାରତ ଏବଂ ଋଷ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ସେହି ସମୟ ମଧ୍ୟରେ ବୈଠକରେ ଯୋଗ ଦେବା ପାଇଁ ରୁଷର ରାଷ୍ଟ୍ରପତି ପୁଟିନ ୬ ଘଣ୍ଟା ପାଇଁ ଭାରତ ଗସ୍ତରେ ଆସିଥିଲେ । ଚଳିତ ବର୍ଷ ଋଷରେ ଏହି ସମ୍ମିଳନୀ ଆୟୋଜନ କରିବାକୁ ଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେବା ପଇଁ ମସ୍କୋ ଯିବାର ଥିଲା ।

କିନ୍ତୁ ଋଷ ଗତ ୧୧ ମାସ ଧରି ୟୁକ୍ରେନ ସହିତ ଯୁଦ୍ଧ କରିଆସୁଛି, ଯେଉଁ କାରଣରୁ ଏହି ସମ୍ମିଳନୀର ତାରିଖ ସମ୍ପର୍କରେ ଋଷ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ବର୍ତ୍ତମାନ ବର୍ଷ ଶେଷ ହେବାକୁ ଯାଉଛି, ତେଣୁ ଏହି ସମ୍ମିଳନୀ ହେବାର ସମ୍ଭାବନା କମ୍ ରହିଛି ।

ତେବେ ଜାରି ରହିଥିବା ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ଏହାର ସବୁଠୁ ବିଶ୍ୱସ୍ତ ତଥା ପୁରୁଣା ମିତ୍ରା ଋଷ ସହିତ ଏହାର ସମ୍ପର୍କକୁ ତର୍ଜମା କରିବା ଆବଶ୍ୟକ ବୋଲି ପାଶ୍ଚ୍ୟାତ ଦେଶ ଭାରତ ଉପରେ ଚାପ ପକାଉଛନ୍ତି । କିନ୍ତୁ ଭାରତ ୟୁକ୍ରେନ୍ ପ୍ରସଙ୍ଗରେ ନିରପେକ୍ଷ ରହିଥିଲେ ମଧ୍ୟ ମିଳିତ ଜାତିସଂଘରେ ଏହି ପ୍ରସଙ୍ଗରେ ଋଷ ବିରୋଧରେ ଭୋଟ୍ ଦେବାରୁ ଦୁରେଇ ରହିଥିଲା । ଏହା ସହିତ ଭାରତ ବର୍ତ୍ତମାନ ୟୁକ୍ରେନ୍ ଯୁଦ୍ଧର ସୁଯୋଗ ନେଇ ଋଷଠାରୁ ଶସ୍ତାରେ ତେଲ କିଣୁଥିବା ନେଇ ୟୁକ୍ରେନ୍ ସମେତ ଅନେକ ଦେଶ ସମାଲୋଚନା କରିଥିଲେ ।

Get real time updates directly on you device, subscribe now.