fbpx

କଳା ରଙ୍ଗର ପୋଷାକ କେଉଁ ରାଶି ପାଇଁ ଶୁଭ ?

କଳା ରଙ୍ଗର ପୋଷାକ କାହାକୁ ବା ଭଲ ନଲାଗେ । ପ୍ରତ୍ୟକ ଝିଅ ବା ପୁଅ ପାଖରେ କଳା ରଙ୍ଗର ଡ୍ରେସ ଥିବ ନିଶ୍ଚିତ । କିନ୍ତୁ କଥାରେ ଅଛି ରଙ୍ଗ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ । ରଙ୍ଗ ଭବିଷ୍ୟତ ଉଜ୍ଜ୍ୱଳ ମଧ୍ୟ କରିଥାଏ ଏବଂ ଖରାପ ମଧ୍ୟ କରିଥାଏ । ୭ରଙ୍ଗ ମଧ୍ୟରେ କଳା ସମସ୍ତଙ୍କ ପାଇଁ ଶୁଭ ହୋଇନଥାଏ । କିଛି ରାଶିର ବ୍ୟକ୍ତିଙ୍କ ପାଇଁ କଳା ରଙ୍ଗ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଳା ରଙ୍ଗର ପୋଷାକ କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭ..

ମିଥୁନ ରାଶି : ମିଥୁନ ରାଶିର ଅଧିପତି ଗ୍ରହ ବୁଦ୍ଧ । ସାଧାରଣତଃ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରିୟ ରଙ୍ଗ କଳା ହୋଇଥାଏ । ମିଥୁନ ରାଶିର ବ୍ୟକ୍ତି କଳା ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ଏବଂ ଜୀବନରେ ସଫଳତା ମିଳିଥାଏ । ମିଥୁନ ରାଶି ବ୍ୟକ୍ତିଙ୍କୁ କଳା ରଙ୍ଗ ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।


କନ୍ୟା ରାଶି : କନ୍ୟା ରାଶିର ସ୍ୱାମୀ ମଧ୍ୟ ବୁଦ୍ଧ ଗ୍ରହ । କନ୍ୟା ରାଶି ବ୍ୟକ୍ତିଙ୍କୁ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । କନ୍ୟା ରାଶିର ବ୍ୟକ୍ତିଙ୍କୁ ଅଧିକାଂଶ ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । କାରଣ କଳା ରଙ୍ଗ ତାଙ୍କ ଜୀବନରେ ସଫଳତା ଆଣିଥାଏ । ଏହା ତାଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇଥାଏ । କଳା ରଙ୍ଗ ଦ୍ୱାରା କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ôଥକ ସ୍ଥିତି ମଧ୍ୟ ସୁଦୃଢ ହୋଇଥାଏ ।

ମକର ରାଶି : ଜ୍ୟୋତିଷଶାସ୍ତ୍ର ଅନୁସାରେ ମକର ରାଶି ପାଇଁ କଳା ରଙ୍ଗର ପୋଷାକ ଅତ୍ୟନ୍ତ ଶୁଭ । ମକର ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ ଅପାର କରୁଣା ରହିଥାଏ । ଯାହାଫଳରେ ଏମାନଙ୍କ କ୍ୟାରିଅର ବହୁତ ଉଜ୍ଜ୍ୱଳମୟ ହୋଇଥାଏ । କଳା ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ମକର ରାଶିର ବ୍ୟକ୍ତି ଭବିଷ୍ୟତରେ ସଫଳତା ଲାଭ କରିବା ସହ ଧନ ସମ୍ପତ୍ତି ଏବଂ ଯଶକୀର୍ତ୍ତି ମଧ୍ୟ ଲାଭ କରିବେ ।

Get real time updates directly on you device, subscribe now.