fbpx

କାବୁଲ ଏୟାରପୋର୍ଟରେ ମହିଳାଙ୍କର ଜୋରଜବରଦସ୍ତି ହେଉଛି ବିବାହ, କାରଣ ଜାଣିଲେ ତାଜୁବ୍ ହୋଇଯିବେ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନି ମାନେ ରାଜ୍ କରୁଛନ୍ତି । ସେମାନଙ୍କର କଥା ଓ କାମ ଦୁଇଟିଯାକ ସମ୍ପୂର୍ଣ୍ଣ ଅଲଗା । ଏହିକଥା ଆମେ କହୁନୁ ବରଂ ଅନେକ ଦେଶ ତାଲିବାନିଙ୍କ ଉପରେ ଆରୋପ ଲଗାଇଛନ୍ତି । ତାଲିବାନିଙ୍କ ଡରରେ ଆଫଗାନିସ୍ତାନରୁ ନାଗରିକ ମାନଙ୍କ ପଳାୟନ ଜାରି ରହିଛି । ତେବେ ଏହା ଭିତରେ ଆମେରିକା ସେନା ବି କାବୁଲ ବିମାନବନ୍ଦରରୁ ଯାଇ ସାରିଛନ୍ତି । ତେବେ ଏହା ଭିତରେ କାବୁଲ ବିମାନବନ୍ଦରରୁ ଆଉ ଏକ ଖବର ସାମନାକୁ ଆସିଛି । ବିମାନବନ୍ଦର ବାହାରେ ମହିଳା ମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି । ଯାହାଦ୍ୱାରା ସେମାନଙ୍କୁ ଦେଶ ବାହାରକୁ ନିଆଯାଇପାରିବ ।

ସିଏନଏନ୍ ର ଏକ ରିପୋର୍ଟ ମୁତାବକ, ଆମେରିକୀ ଅଧିକାରୀ ମାନେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସର ରେସ୍କ୍ୟୁ କେନ୍ଦ୍ର ପକ୍ଷରୁ ଆସିଥିବା ଏକ ଖବର ଆଧାରରେ ଜଣାପଡ଼ିଛି ଯେ, ଆଫଗାନ୍ ମହିଳାଙ୍କୁ କିଛି ପରିବାର ତାଲିବାନି କବଳରୁ ବର୍ତ୍ତିବା ବିବାହ କରିବାକୁ ବାଧ୍ୟ କରୁଛନ୍ତି । ଖାଲି ସେତିକି ନୁହେଁ ବିବାହ କରିବା ପାଇଁ ପରିବାରର କିଛି ପୁଅଙ୍କୁ ଟଙ୍କା ମଧ୍ୟ ଦିଆଯାଇଛି । ଯଦ୍ୱାରା ସେମାନେ ବିବାହ ପାଇଁ ରାଜି ହେବେ ।

ମହିଳାଙ୍କୁ ଏମିତି କିଛି ପୁଅଙ୍କ ସହିତ ବିବାହ କରିବାକୁ ରାଜି କରାଯାଇଛି ଯେଉଁ ମାନେ କାବୁଲରୁ ବାହାରିବା ପାଇଁ ଯୋଗ୍ୟ । ରିପୋର୍ଟରେ କୁହାଯାଇଛି ଯେ, ଆଫଗାନିସ୍ତାନରୁ ବାହାରିବାର ଏହି ଭଳି କିଛି ପଦକ୍ଷେପ ସଂଯୁକ୍ତ ଆରବ ଏମିରେଟ୍ସରେ ଆମେରିକାର ଅଧିକାରୀଙ୍କୁ ତାଜୁବ୍ କରିବା ସହିତ ସେମାନେ ଏହାକୁ ବିପଦର ଘଣ୍ଟି ଭାବରେ ସୂଚାଇଛନ୍ତି ।

Get real time updates directly on you device, subscribe now.