fbpx
BSKY
BJD SHG SKY
BJD YOUTH SKY

LACକୁ ସେନା କିଏ ପଠାଇଥିଲା… ରାହୁଲ ଗାନ୍ଧି? କଂଗ୍ରେସ ସାଂସଦଙ୍କୁ ୧୯୬୨ କଥା ମନେ ପକାଇ ଦେଲେ ବିଦେଶୀ ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସେନାର ଆକ୍ରମଣାତ୍ମକ କାର୍ଯ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧି ଲଗାତର ଭାବେ ଟାର୍ଗେଟ୍ କରୁଛନ୍ତି । ତେବେ ଏହାର କଡ଼ା ଜବାବ ଦେଇଛନ୍ତି ବିଦେଶୀ ମନ୍ତ୍ରୀ ଏସ୍. ଜୟଶଙ୍କର । ଚୀନ ସେନାକୁ ଦୃଢ଼ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଲଏସିକୁ ବିପୁଳ ମାତ୍ରାରେ ସୈନ୍ୟ ପଠାଇଥିଲେ, ରାହୁଲ ପଠାଇନଥିଲେ । ୧୯୬୨ରେ କ’ଣ ଘଟିଥିବା ତାହା ବିରୋଧୀ ଜାଣିବା ଦରକାର ବୋଲି ଜୟଶଙ୍କର କହିଛନ୍ତି ।

ଏକା ସାକ୍ଷାତକାର ଅବସରରେ ଜୟଶଙ୍କର କହିଛନ୍ତ. ମୋଦୀ ସରକାର ବର୍ଡର ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ବଜେଟ ପାଞ୍ଚଗୁଣ ଅଧିକ ବୃଦ୍ଧି କରିଛନ୍ତି । ଯେଉଁ ଅଞ୍ଚଳରେ ଚୀନ ପୌଙ୍ଗୋଙ୍ଗ ହ୍ରଦ ଉପରେ ବ୍ରିଜ୍ ନିର୍ମାଣ କରୁଛନ୍ତି, ଉକ୍ତ ଅଞ୍ଚଳ ୧୯୬୨ ପରଠାରୁ ଚୀନର ଅବୈଧ କବଜାରେ ରହିଛି । ଗୋଟିଏ ବ୍ରିଜକୁ ନେଇ ୨୦୨୩ରେ ମୋଦୀଙ୍କୁ ଦୋଷୀ କୁହାଯାଉଛି । ମାତ୍ର ୧୧୯୬୨ରେ ଯେତେବେଳେ ଚୀନ କବଜା କରିନେଇଥିଲା, ସେତେବେଳେ ବିରୋଧୀଙ୍କ ସଚ୍ଚୋଟତା କୁଆଡ଼େ ଯାଇଥିଲା ।

ଯଦି ଆମେ ଚୀନକୁ ଡରୁଛୁ ତେବେ ଏଲଏସିରେ ସେନା ମୁତୟନ କାହିଁକି କରୁଛୁ । ବର୍ତ୍ତମାନ ଏଲସିରେ ସବୁଠାରୁ ଶକ୍ତିଶାଳୀ ସେନା ଉପସ୍ଥିତ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୨୦ରେ ଗଲୱାନରେ ଭାରତ-ଚୀନ ସେନା ମଧ୍ୟରେ ଭୟଙ୍କର ବିବାଦ ଦେଖାଦେଇଥିଲା । ସେ ସମୟରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ସେହିପରି ଚୀନର ମଧ୍ୟ ବହୁତ କ୍ଷତି ଘଟିଥିଲା । ଏହି ମାମଲାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛି । ଏପରିକି ଚୀନର ନାମ ନେବାକୁ ପିଏମ୍ ମୋଦୀ ଡରୁଛନ୍ତି ବୋଲି ରାହୁଲ କହିଥିଲେ ।

 

Get real time updates directly on you device, subscribe now.