fbpx

ବର୍ଷାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗରେ ନୂଆ ଟ୍ୱିଷ୍ଟ: ମାମଲା ଖାରଜ କଲେ ହାଇକୋର୍ଟ

AAKASH

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ଅଭିଯୋଗ ମାମଲାରେ ଆସିଛଇ ଏକ ନୂଆ ଟ୍ୱିଷ୍ଟ । ଏହି ପ୍ରସଙ୍ଗରେ ପୋଲିସର ନିଷ୍କ୍ରିୟତା ଦର୍ଶାଇ ଦାୟର ମାମଲାକୁ ଖାରଜ କରିଛନ୍ତି ମାନ୍ୟବର ହାଇକୋର୍ଟ । ଡ. ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ହାଜର ହୋଇଥିଲେ ଅଭିଯୋଗକାରିଣୀ । ଏଥିସହ ନ୍ୟାୟଧୀଶଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ସହ ମାମଲା ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ ।

ଆବେଦନକାରିଣୀଙ୍କ ନିବେଦନ ଅନୁଯାୟୀ, ହାଇକୋର୍ଟ ଏହି ଏ ସମ୍ପର୍କିତ ମାମଲାକୁ ଖାରଜ କରି ଶୁଣାଣି ଶେଷ କରିଛନ୍ତି । ମାମଲା ମିଥଛ ବୋଲି ସ୍ପଷ୍ଟ ହେବା ପରେ ଆବେଦନକାରିଣୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଜାରି କରିଥିଲେ ହାଇକୋର୍ଟ । ତେବେ ଆଜି ଏହି ମାମଲାର ଶୁଣାଣି କରି ଏହାକୁ ଶେଷ କରିଛନ୍ତି ମାନ୍ୟବର ହାଇକୋର୍ଟ ।

ତେବେ ଅଭିନେତ୍ରୀ ବର୍ଷା ସମ୍ପୃକ୍ତ ଯୁବତୀଙ୍କୁ ଜାତି ନେଇ ଗାଳି ଦେବା ସହ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ଚନ୍ଦ୍ରଶେଖରପୁର ଥାନା ଏବଂ ପରେ ଡିସିପି ଅଫିସରେ ଏତଲା ଦେବା ପରେ ସୁଦ୍ଧା ପୋଲିସ ମାମଲା ପଞ୍ଜୀକରଣ କରି ନଥିଲା । ଫଳରେ ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଯୁବତୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆଜି ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

Get real time updates directly on you device, subscribe now.