fbpx

ଏମିତି ଚାକିରି ମିଳୁଛି କେଉଁଠି: ସପ୍ତାହକୁ ୪ ଦିନ କାମ ୩ ଦିନ ଆରାମ, କମ୍ପାନୀମାନେ ଖୁବଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି ନୂଆ ନିୟମ!

AAKASH

ନୂଆଦିଲ୍ଲୀ: ସାଧାରଣ ଭାବେ ଘରୋଇ କ୍ଷେତ୍ରରେ କର୍ମଚାରୀମାନେ ୮ ଘଣ୍ଟା ଅଫିସରେ କାର୍ଯ୍ୟ କରିଥାନ୍ତି । ଏପରିକି କିଛି କମ୍ପାନୀରେ ମଧ୍ୟ କର୍ମଚାରୀମାନେ ୧୨ ଘଣ୍ଟା ଧରି କାର୍ଯ୍ୟ କରିଥାନ୍ତି । ତେବେ ଏଣିକି ଆପଣଙ୍କୁ ଆଉ ସପ୍ତାହକୁ ଛଅ ଦିନ କାମ କରିବାକୁ ପଡ଼ିବ ନାହିଁ । ଏଣିକି ଆପଣମାନେ ସପ୍ତାହରେ ମାତ୍ର ୪ ଦିନ କାର୍ଯ୍ୟ କରି ଅବଶିଷ୍ଟ ୩ ଦିନ ଆରାମରେ ସମୟ ବିତାଇ ପାରିବେ ।

ସୂଚନା ମୁତାବକ, ସପ୍ତାହକୁ ୪ ଦିନ କାମ ଓ ୩ ଦିନ ଛୁଟି ଏହି ଫର୍ମୂଲା ହିଟ୍ ସାବ୍ୟସ୍ତ ହୋଇଥିଲା । ସାରା ଦୁନିଆରେ ପ୍ରଥମେ ବ୍ରିଟେନରେ ଏହି ସିଷ୍ଟମ ଆରମ୍ଭ ହୋଇଥିଲା । ଏହାର ରିପୋର୍ଟ ନିକଟରେ ପ୍ରକାଶ ପାଇଛି । ତେବେ ଏହି ଫର୍ମୂଲାର ଟ୍ରାଏଲ ବହୁତ ସଫଳ ହୋଇଥିବା ଜଣାପଡ଼ିଛି । ଏହି ଟ୍ରାଏଲରେ ସାମିଲ ଅଧିକାଂଶ କମ୍ପାନୀ ୪ ଦିନିଆ କାର୍ଯ୍ୟ ଦିବସକୁ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି ।

ଏହାଫଳରେ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସପ୍ତାହକୁ ୩ ଦିନର ଛୁଟି ପାଇବେ । ଗତବର୍ଷ ଜୁନ ମାସରେ ପାଇଲଟ ପ୍ରୋଜେକ୍ଟ ଭାବେ ବ୍ରିଟେନରେ ଏହାର ଶୁଭାରମ୍ଭ ହୋଇଥିଲା । ଏଥିରେ ଅଲଗା ଅଲଗା ସେକ୍ଟର ମୋଟ ୬୧ଟି କମ୍ପାନୀକୁ ସାମିଲ କରାଯାଇଥିଲା । ପାଖାପାଖି ୩ ହଜାର କର୍ମଚାରୀଙ୍କୁ ପାଞ୍ଚ ଦିନର କାର୍ଯ୍ୟକୁ କେବଳ ୪ ଦିନରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ଫଳାଫଳ ଉପରେ ଅକ୍ଟଫୋର୍ଡ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଓ ଆମେରିକାର ବୋଷ୍ଟନ କଲେଜର ବିଶେଷଜ୍ଞମାନେ ନିରୀକ୍ଷଣ କରିଥିଲେ । ତେବେ ୯୧ ପ୍ରତିଶତ କମ୍ପାନୀ ୪ ଦିନିଆ କାର୍ଯ୍ୟକୁ ଗ୍ରହଣ କରିବା ସପକ୍ଷରେ ମତ ଦେଇଥିଲେ । କେବଳ ୪ ପ୍ରତିଶତ କମ୍ପାନୀ ଏହାକୁ ଗ୍ରହଣ କରିବା ସପକ୍ଷରେ ନଥିଲେ ।

Get real time updates directly on you device, subscribe now.