fbpx
BSKY
BJD SHG SKY
BJD YOUTH SKY

ସାଧାରଣ ଗ୍ୟାସ ସମସ୍ୟାକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ, ନଚେତ ଏହା ହେଇପାରେ ଇରିଟେବଲ ବାଉଲ ସିଣ୍ଡ୍ରେ।ମ୍ ର ଲକ୍ଷଣ

ନୂଆଦିଲ୍ଲୀ: ଆଜିକା ସମୟରେ ପେଟରେ ଅମ୍ଳ ହେବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଉଛି । ହେଲେ ସକାଳୁ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହେବାର ବିଭିନ୍ନ କାରଣ ହୋଇପାରେ । ତେଣୁ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ । ପେଟରେ ଗ୍ୟାସ ହେବା ସାଧାରଣ କଥା । ଏହା ଆପଣଙ୍କ ଖାଦ୍ୟପେୟ ତଥା ଜୀବନଶୈଳୀ ଉପରେ ଅନେକାଂଶରେ ନିର୍ଭର କରେ । ହେଲେ ଏହି ଗ୍ୟାସ ଯୋଗୁଁ ଅନେକ ସମୟରେ ଶରୀରରେ ବିଭିନ୍ନ ଯନ୍ତ୍ରଣା ସୃଷ୍ଟି ହୁଏ ।

ସବୁଠାରୁ କଷ୍ଟକର ହେଉଛି ସକାଳୁ ସକାଳୁ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହେବା । ଏଥିପାଇଁ ଅନେକ ପେଟ ଯନ୍ତ୍ରଣା ଓ ବାନ୍ତି ପରି ସମସ୍ୟା ଭୋଗନ୍ତି । ତେବେ ଏହାର ଅନେକ କାରଣ ହୋଇପାରେ ।ଯଦି ଆପଣ ରାତି ଭୋଜନ ଅଧିକା ଖାଆନ୍ତି କିମ୍ବା ଅଧିକ ପରିମାଣର ସାଲାଡ୍ ଖାଇଥାନ୍ତି ତେବେ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ ।

♦ ବିନ୍ସ, ମୁଗଡାଲି, ଫୁଲକୋବି, ବନ୍ଧାକୋବି ଆଦିରେ ଫାଇବର ଓ କାର୍ବୋହାଇଡ୍ରେଟ୍ ଅଧିକ ମାତ୍ରାରେ ଥାଏ । ଯଦି ଆପଣ ରାତି ଭୋଜନରେ ଏହାକୁ ଖାଆନ୍ତି ତେବେ ପେଟରେ ଥିବା ରୋଗାଣୁ ଏହାକୁ ଫର୍ମେଣ୍ଟ କରେ । ଫଳରେ ପେଟରେ ସିଓ-୨, ମିଥେନ୍ ଆଦି ଗ୍ୟାସ ସୃଷ୍ଟି ହୁଏ । ସକାଳୁ ସକାଳୁ ଖାଲି ପେଟରେ ମଧ୍ୟ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ ।
♦ ଏହାସହ ରାତି ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇଲେ ବି ପେଟରେ ପ୍ରବଳ ଗ୍ୟାସ ହେବା ସହ ସକାଳୁ ସକାଳୁ ମଧ୍ୟ ପେଟରେ ଗ୍ୟାସ ସମସ୍ୟା ଦେଖାଯାଏ । ତେଣୁ ରାତି ଭୋଜନରେ ଏସବୁ ଖାଦ୍ୟରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।
♦ ଯଥେଷ୍ଟ ପରିମାଣ ପାଣି ନପିବା ସକାଳୁ ଗ୍ୟାସ ସମସ୍ୟାର ଆଉ ଏକ କାରଣ । ଅନେକ ଖାଦ୍ୟ ଖାଇବା ମଝିରେ ପାଣି ପିଉଥିବାବେଳେ ଖାଦ୍ୟ ଖାଇବା ପରେ କିନ୍ତୁ ପାଣି ପିଇବା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ଫଳରେ ପେଟରେ ଖାଇଥିବା ଖାଦ୍ୟ ଫରମେଣ୍ଟ ହୋଇ ଗ୍ୟାସ ସୃଷ୍ଟି କରେ ।
♦ ମାସିକ ଧର୍ମ ସମୟରେ ମଧ୍ୟ ପେଟରେ ଗ୍ୟାସ ସୃଷ୍ଟି ହୁଏ । ଏଥିରେ କିଛି ଡରିବାର ନାହିଁ । କାରଣ ଏହି ସମୟରେ ଶରୀର କିଛି ହର୍ମୋନ ଅସନ୍ତୁଳିତ ହୋଇଥାଏ । ଫଳରେ ପେଟ ଅନେକ ସମୟରେ ଫୁଲି ରୁହେ । ହେଲେ ମାସିକ ଧର୍ମ ଶେଷ ହେବା ସହ ଏହି ସମସ୍ୟା ସମାଧାନ ହୋଇଯାଏ ।
♦ ପେଟରେ କିଛି ସଂକ୍ରମଣ ହୋଇଥିଲେ ବି ସକାଳୁ ସକାଳୁ ପେଟ ଫୁଲିବା ପରି ସମସ୍ୟା ଦେଖାଯାଏ । କେବେ କେବେ ପେଟରେ ଏଚ୍ ଫାଇଲୋରୀ ନାମକ ବ୍ୟାକ୍ଟେରିଆ ବଢିଯାନ୍ତି, ଫଳରେ ପେଟରେ ଗ୍ୟାସ ସୃଷ୍ଟି ହୁଏ ।

ଏହାବ୍ୟତୀତ କିଛି ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମଧ୍ୟ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ ବିଶେଷ କରି ସକାଳୁ ସକାଳୁ ନିତ୍ୟ କର୍ମ ସାରିବା ପରେ ବି ପେଟରେ ଗ୍ୟାସ ହୋଇଯାଏ। ଯେପରିକି ହାଇବର୍ଟିକ୍ୟୁଲାଇଟିସ୍, ଅଲ୍ସରେଟିଭ୍ କୋଲାଇଟିସ୍,କ୍ରୋହନ୍ସ ଡିଜିଜ୍, ଇରିଟେବଲ ବାଉଲ ସିଣ୍ଡ୍ରେ।ମ୍, ମଧୁମେହ. ଥାଇରଏଡ୍ , ଓ ଇଣ୍ଟେଷ୍ଟାଇନ୍ ବ୍ଲକେଜ୍ ହେଲେ ମଧ୍ୟ ଭୋର ସମୟରେ ପେଟରେ ପ୍ରବଳ ଗ୍ୟାସ ହୁଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ତେଣୁ ଏସବୁକୁ ଅବହେଳା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

Get real time updates directly on you device, subscribe now.