କଲ୍ ଉଠାଇବା ମାତ୍ରେ ଆକାଉଣ୍ଟ ଖାଲି: ହୋସ୍ ଉଡାଇଦେବ ଘଟଣା, ଏହି ନମ୍ବରରୁ ଫୋନ୍ ଆସିଲେ ନ ଉଠାଇବାକୁ ସାଇବର ବିଶେଷଜ୍ଞଙ୍କ ପରାମର୍ଶ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଆଜିକାଲି ଲୋକମାନଙ୍କୁ ଠକିବାରେ ସାଇବର ଫ୍ରଡମାନେ ଅନେକ ଟେକନିକ୍ ଆପଣାଉଛନ୍ତି । ନିକଟରେ ୟୁପିର ଆଲିଗଡରେ ରହୁଥିବା ଜଣେ ମହିଳା ତାଙ୍କ ସ୍ମାର୍ଟଫୋନରେ ଏକ ଅଜଣା ନମ୍ବରରୁ କଲ ପାଇଥିଲେ । ସେ ଏହାକୁ ଉଠାଇ ପଚାରିଲେ,- କିଏ କହୁଛି ଏବଂ କାହା ସହିତ କଥା ହେବ? ସେଠାରୁ କିଛି ଶବ୍ଦ ଆସିଥିଲା ଏବଂ ଏହି କଥାବାର୍ତ୍ତା ପ୍ରାୟ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଲା ।

ଯେତେବେଳେ ମହିଳା ଜାଣିପାରିଲେ ଯେ ଏହା ଏକ ଭୁଲ ନମ୍ବର ଏବଂ କଲ୍ କାଟିବାକୁ ଚେଷ୍ଟା ଷ୍ଲ କିନ୍ତୁ କଲ୍ କଟୁନଥିଲା । ଓଲଟା ତାଙ୍କୁ ଏକ ମେସେଜ ଆସିଥିଲା କି, ମହିଳାଙ୍କ ଆକାଉଣ୍ଟରୁ ୧ ଟଙ୍କା କଟିଗଲା । ମହିଳା କିଛି ବୁଝଇବା ପୂର୍ବରୁ ତାଙ୍କ ଆକାଉଣ୍ଟରୁ ୯୯୯୯୯ ଟଙ୍କା କଟିଗଲା । ବର୍ତ୍ତମାନ ପୀଡିତା ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କର ଚକ୍କର କାଟୁଛନ୍ତି ।

ଅନଲାଇନ୍ :-
ଠକେଇର ଏହା ପ୍ରଥମ ଘଟଣା ନୁହେଁ, ପ୍ରତିଦିନ ଏହିପରି ଅନେକ ଘଟଣା ଘଟୁଛି । ଫୋନ୍ ଉଠାଇବା ମାତ୍ରେ ଆକାଉଣ୍ଟରୁ ଟଙ୍କା କଟିଯାଉଛି । ଏହି ଘଟଣା ମଧ୍ୟ କୌତୁହଳପୂର୍ଣ୍ଣ କାରଣ ମହିଳା କୌଣସି ଲିଙ୍କରେ କ୍ଲିକ୍ କରି ନାହାଁନ୍ତି କିମ୍ବା ଫୋନରେ କାହାକୁ କୌଣସି ଗୁପ୍ତ ଓଟିପି କିମ୍ବା କୋଡ୍ କହି ନାହାଁନ୍ତି, ତଥାପି ତାଙ୍କ ଆକାଉଣ୍ଟରୁ ଟଙ୍କା କିପରି କଟାଗଲା? ଏହା କାହିଁକି ଘଟିଲା ଆସନ୍ତୁ ଜାଣିବା ସାଇବର ବିଶେଷଜ୍ଞଙ୍କ ଠାରୁ …

ଦିଲ୍ଲୀ ପୋଲିସର ସାଇବର କ୍ରାଇମ ପରାମର୍ଶଦାତା ତଥା ସାଇବର ମାମଲାରେ ବିଶେଷଜ୍ଞ କିସଲେ ଚୌଧୁରୀ କହିଛନ୍ତି ଯେ, ଆଲିଗଡରେ ଘଟିଥିବା ଟଙ୍କା ଠକେଇ ଭଳି ଘଟଣା ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଘଟୁଛି । ଫୋନ୍ ଠକେଇ ମାମଲା ବହୁତ ବୃଦ୍ଧି ପାଇଛି । ସାଇବର ଅପରାଧୀଙ୍କ ଠକେଇ ପଦ୍ଧତି ମଧ୍ୟ ଭିନ୍ନ ରହୁଛି । ପୂର୍ବରୁ ଏହା ଥିଲା ଯେ ଓଟିପି କିମ୍ବା କୋଡ୍ କଲ୍ କରି ପଚରାଯାଉଥିଲା, କିନ୍ତୁ ବର୍ତ୍ତମାନ ଆହୁରି ଏକ ଉନ୍ନତ ପଦ୍ଧତି ଆସିଛି । ଏହା ଶୁଣି ଆପଣଙ୍କର ମଧ୍ୟ ହୋସ୍ ଉଡିଯିବ ।

ବିଦେଶୀ ନମ୍ବରରୁ ଠକେଇ :-

ଚୌଧୁରୀ କହିଛନ୍ତି ଯେ, ମହିଳାଙ୍କ କ୍ଷେତ୍ରରେ ଏହି କଲ୍ ନିଶ୍ଚିତ ଭାରତ ବାହାରୁ ଆସିଛି । ବିଦେଶରେ ବସିଥିବା ଯେକୌଣସି ଠକ୍ ଆପଣଙ୍କ ବିଷୟରେ ପ୍ରାୟ ସମ୍ପୂର୍ଣ୍ଣ ସୂଚନା ପାଇଥାଏ, ସେ ଆପଣଙ୍କୁ ଫୋନ୍ କରନ୍ତି ଏବଂ କଥାବାର୍ତ୍ତା ସମୟରେ ଫୋନର ସେଟିଙ୍ଗ୍ ଡିକୋଡ୍ କରି ଆକାଉଣ୍ଟରୁ ଟଙ୍କା ଉଠାନ୍ତି । ଏହି କାମ ସେକେଣ୍ଡରେ କରାଯାଇଥାଏ । ଯଦି ଭାରତୀୟ କୋଡ୍ ସହିତ ଏକ ନମ୍ବରରୁ କଲ୍ ଆପଣଙ୍କ ପାଖକୁ ଆସେ, ତେବେ ଏପରି ହେବା କଷ୍ଟକର । ଯେତେବେଳେ ଏକ ଭାରତୀୟ ନମ୍ବରରୁ କଲ୍ ଆସେ, ସେତେବେଳେ ଠକମାନେ କେବଳ ବାର୍ତ୍ତାଳାପ ମାଧ୍ୟମରେ ଟଙ୍କା ଠକି ପାରିବେ ନାହିଁ । ଯଦି ଆପଣଙ୍କର ଏକ ଭାରତୀୟ ନମ୍ବର ଅଛି ତେବେ କୌଣସି ଲିଙ୍କରେ କ୍ଲିକ୍ କରିବା, ଆପ୍ ଡାଉନଲୋଡ୍ କରିବା କିମ୍ବା ଓଟିପି-ଏଟିଏମ ନମ୍ବର ଦେବା ଦ୍ୱାରା ଠକେଇ ହୋଇପାରେ ।

ଏହି ନମ୍ବରରୁ କଲ୍ ଉଠାନ୍ତୁ ନାହିଁ :-

କିସଲେ କହିଛନ୍ତି ଯେ, ଯଦି ଆପଣଙ୍କ ପାଖକୁ ଇଣ୍ଟରନ୍ୟାସନାଲ ନମ୍ବରରୁ କଲ ଆସୁଛି ତେବେ ତାହାକୁ ଆଦୌ ଉଠାନ୍ତୁ ନାହିଁ । ମନେରଖନ୍ତୁ ଯେ ଭାରତର କଣ୍ଟ୍ରି କୋଡ୍ ପ୍ଲସ୍ ୯୧, ଯାହା କୌଣସି ମୋବାଇଲ୍ ନମ୍ବରର ସାମ୍ନାରେ ଲେଖାଯାଇଥାଏ । ଏପରି ପରିସ୍ଥିତିରେ ଯଦି ଆପଣ ଅନ୍ୟ କୌଣସି କୋଡରୁ କଲ୍ ପାଉଛନ୍ତି ତେବେ ଏହା ଏକ ଇଣ୍ଟରନ୍ୟାସନାଲ ଜଙ୍କ କିମ୍ବା ଠକେଇ କଲ୍ ହୋଇପାରେ, ତେଣୁ ଏହିପରି କଲ୍ ଉଠାନ୍ତୁ ନାହିଁ ।

Get real time updates directly on you device, subscribe now.