fbpx

ଭୁଲି ଯାଆନ୍ତୁ ଏଫ୍‌ଡିରେ ନିବେଶ, ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଆପଣଙ୍କୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ:ଯଦି ଆପଣ ଏଫ୍‌ଡିରେ ଅଧିକ ସୁଧ ପାଇଁ କୌଣସି ଅନ୍ୟ ଯୋଜନାର ସନ୍ଧାନରେ ଅଛନ୍ତି ତେବେ ଆପଣଙ୍କ ପାଇଁ ପୋଷ୍ଟ ଅଫିସ୍‌ର ଏକ ବଢିଆ ସ୍କିମ୍ ରହିଛି । ଏହି ସ୍କିମ୍‌ରେ ନିବେଶ କରି ଆପଣ ଭଲ ଲାଭ କମାଇ ପାରିବେ । ଏହି ଯୋଜନାରେ ନିବେଶର କୌଣସି ବିପଦ ବି ନାହିଁ । ଏହା ବ୍ୟତିତ ୫ ବର୍ଷର ଏଫଡି ତୁଳନାରେ ଏଠାରେ ଅଧିକ ସୁଧର ଲାଭ ବି ମିଳିବ ।

ଆମେ ଏଠି ଆପଣଙ୍କୁ ପୋଷ୍ଟ ଅଫିସ୍‌ର ନ୍ୟାସନାଲ୍ ସେଭିଂ ସାର୍ଟିଫିକେଟ୍‌(NSC) ସ୍କିମ୍ ବିଷୟରେ କହୁଛୁ । ଏହା ମଧ୍ୟ ଏଫ୍‌ଡି ପରି ସେଭିଂ ପ୍ରମାଣପତ୍ର ଅଟେ ଯେଉଁଥିରେ ୫ ବର୍ଷ ଲାଗି ନିବେଶ କରାଯାଏ । ଏବେ ଏହି ସ୍କିମ୍‌ରେ ୭.୭% ସୁଧ ଦିଆଯାଉଛି ।
ଯଦି ଆପଣ NSC ରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଅତି କମ୍‌ରେ ୧୦୦୦ଟଙ୍କା ନିବେଶ କରିବେ । ତେବେ ଏଥିରେ ସର୍ବାଧିକ ନିବେଶର କୌଣସି ସୀମା ନାହିଁ । ୫ ବର୍ଷରେ ଏହି ସ୍କିମ୍ ମାଚ୍ୟୁର ହୋଇଥାଏ ଓ ନିଶ୍ଚିତ ରିଟର୍ଣ୍ଣ ମିଳିଥାଏ ।

ଏହି ସ୍କିମ୍‌ରେ ଛୋଟ ପିଲା ନାମରେ ବି ଆକାଉଣ୍ଟ ଖୋଲାଯାଇ ପାରିବ । ୧୦ ବର୍ଷରୁ ଅଧିକ ବୟସର ଶିଶୁ ନିଜ ନାମରେ NSC କିଣିପାରିବ । ଏହା ବ୍ୟତିତ ୨ କିମ୍ବା ୩ ଜଣ ମିଶି ମଧ୍ୟ NSC ରେ ନିବେଶ କରିପାରିବେ । ଆପଣ ନିଜ ଘର ନିକଟରେ ଥିବା କୌଣସି ବି ପୋଷ୍ଟ ଅଫିସ୍ ଶାଖାକୁ ଯାଇ ଏହି ଯୋଜନାରେ ନିବେଶ କରିପାରିବେ ।

Get real time updates directly on you device, subscribe now.