fbpx

ଭୁବନେଶ୍ୱରରେ ୧୨ ଶହ ଟଙ୍କା ବୃଦ୍ଧି ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ଗୋଲ୍ଡ ଏବଂ ରୂପା ମୂଲ୍ୟ

ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ରୁତ ଗତିରେ ବଢିଛି ସୁନା ଏବଂ ରୂପା ଦର । ଆଜି ଭୁବନେଶ୍ୱରରେ ୨୪ ଗ୍ରାମ ସୁନା ୧୦ ଗ୍ରାମ ପିଛା ୧୨୦୦ ଟଙ୍କା ବଢିଛି ଏବଂ ରୂପା ମୂଲ୍ୟ ସର୍ବାଧିକ ୨୦୦୦ ଟଙ୍କା ବଢିଛି । ତେବେ ୧୨ ଶହ ଟଙ୍କା ସୁନା ମୂଲ୍ୟ ବଢି ୭୧ ହଜାର ୨୨୪ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୬୫ ହଜାର ୩୫୦ ଟଙ୍କା ରହିଛି ।

ସୁନା ବ୍ୟତୀତ ରୂପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାରରେ ପହଁଚିଛି । ସୁନା ଉତ୍ପାଦନକାରୀ ଦେଶରେ ଯୁଦ୍ଧ ପରିସ୍ଥିତି ଏବଂ ଆମେରିକା ଫେଡେରାଲ ଫିଚରର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେବ ସୁନା ଏବଂ ରୂପା ଦରରେ ଲଗାତାର ଭାବେ ଉପରମୁହାଁ ହୋଇ ଚାଲିଛି । ଦର ବୃଦ୍ଧି ଆଉ କେତେ ଦିନ ଚାଲିବ ତାକୁ ଆକଳନ କରିବା ସମ୍ଭବ ନୁହେଁ ବୋଲି ଗହଣା ବ୍ୟବସାୟୀମାେ

Get real time updates directly on you device, subscribe now.