fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପାର୍ଟିକୁ ମିଳିଲା ନିର୍ବାଚନୀ ଚିହ୍ନ

ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନୂତନ ରାଜନୈତିକ ପାର୍ଟି ପଞ୍ଜାବ ଲୋକ କଂଗ୍ରେସକୁ ସୋମବାର ଅର୍ଥାତ ଜାନୁଆରୀ ୧୦ରେ ନିର୍ବାଚନୀ ଚିହ୍ନ ମିଳିଛି। ନିର୍ବାଚନ ଆୟୋଗଙ୍କ କ୍ୟାପଟେନ୍ଙ୍କ ଦଳକୁ ନିର୍ବାଚନ ଚିହ୍ନ ଭାବେ ‘ହକି ଷ୍ଟିକ୍ ଏବଂ ବଲ୍’ ପ୍ରଦାନ କରିଛନ୍ତି। ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ଚିହ୍ନ ମିଳିବା ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ଟ୍ଵିଟ୍ କରି କହିଛନ୍ତି, ଆପଣଙ୍କୁ ଏହା ଜଣାଇବାରେ ଖୁସି ଲାଗୁଛି ଯେ, ପଞ୍ଜାବ ଲୋକ କଂଗ୍ରେସକୁ ନିଜର ଚିହ୍ନ ହକି ଷ୍ଟିକ୍ ଏବଂ ବଲ୍ ମିଳି ଯାଇଛି।

ଗତ ଶନିବାର ନିର୍ବାଚନ ଆୟୋଗ ପାଞ୍ଚ ରାଜ୍ୟ- ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ୭ଟି ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ମତଦାନ ହେବ। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଫେବୃଆରୀ ୧୪ରେ ପଞ୍ଜାବରେ ଭୋଟ୍ ଗ୍ରହଣ କରାଯିବ।

ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନବଗଠିତ ଦଳ। ଏଥିରେ ଅନେକ ପୂର୍ବତନ କଂଗ୍ରେସ ନେତା ଯୋଗ ଦେଇଛନ୍ତି। ଅମରିନ୍ଦରଙ୍କ ଦଳ ବିଜେପି ସହ ମେଣ୍ଟ କରି ୨୦୨୨ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି।

Get real time updates directly on you device, subscribe now.