fbpx
BJD SKY
BJD SKY

ମନୋହର ଯୋଶୀଙ୍କ ପରଲୋକ, ହୃଦଘାତରେ ବୁଜିଲେ ଆଖି

BJD

ମୁମ୍ବାଇ: ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ ଘଟିଛି । ମନୋହର ଯୋଶୀଙ୍କ ଆଜି ଦ୍ୱିପ୍ରହର ୨ଟାରେ ଶବସତ୍କାର ହେବ । ଗତକାଲି ଖବର ଆସିଥିଲା ଯେ, ପୂର୍ବତନ ଲୋକସଭା ଅଧ୍ୟକ୍ଷ ମନୋହର ଯୋଶୀଙ୍କର ହୃଦଘାତ ଘଟିଥିଲା । ଯାହାପରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ସେ ରାତି ୩ଟାରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ନେଇଛନ୍ତି । ତେବେ ମନୋହର ଯୋଶୀଙ୍କ ପାର୍ଥିବ ଶରୀର ମାଟୁଙ୍ଗା ସ୍ଥିତ ତାଙ୍ଜର ନିଜ ଘରେ ଅନ୍ତିମ ଦର୍ଶନ ପାଇଁ ସିନ ୧୧ ରୁ ୨ଟା ପର୍ଯ୍ୟନ୍ତ ରଖାଯିବ । ଏହାପରେ ଶ୍ମଶାନରେ ଯୋଶୀଙ୍କର ଶବସତ୍କାର କରାଯିବ ।

ମନୋହର ଯୋଶୀ ଶିବସେନାର ଜଣେ ବରିଷ୍ଠ ନେତା ଥିଲେ। ଯୋଶୀ ୧୯୯୫ ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଶିବସେନା ଦଳର ପ୍ରଥମ ନେତା ଯିଏକି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ବ୍ୟତୀତ ମନୋହର ଯୋଶୀ ମଧ୍ୟ ଜଣେ ସାଂସଦ ରହିଛନ୍ତି ଏବଂ ତତ୍କାଳୀନ ବାଜପେୟୀ ସରକାରରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ମଧ୍ୟ ଥିଲେ। ମାର୍ଚ୍ଚ ୧୯୯୫ ରେ ମନୋହର ଯୋଶୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ କେବଳ ଶିବସେନାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇନଥିଲେ ବରଂ ଶିବସେନାର ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ଯୋଶୀଙ୍କୁ ବାଲାସାହେବଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଉଥିଲା, ତେଣୁ ଯେତେବେଳେ ସେ ଗତ ବର୍ଷ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେତେବେଳେ ତାଙ୍କ ପତ୍ନୀ ରଶ୍ମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଉଦ୍ଧବ ଠାକରେ ତାଙ୍କୁ ଦେଖିବା ଲାଗି ଡାକ୍ତରଖାନା ଯାଇଥିଲେ। ସେ ଶିବସେନାର ପ୍ରଥମ ନେତା ଯିଏକି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୯୬୬ ମସିହାରେ ଗଠନ ହେବା ପରଠାରୁ ଏହି ଦଳ ସହ ଜଡିତ ଥିଲେ।

Get real time updates directly on you device, subscribe now.