fbpx

(Video) ମ୍ୟାଟ୍ରିକ ପରୀକ୍ଷାରେ ମାହାଲ ମାଣ୍ଡା! ଏମିତି ଭୁଲ ପାଇଁ ପରୀକ୍ଷା ଦେଇ ପାରିଲେ ନାହିଁ ଛାତ୍ରୀ

ଯାଜପୁର: (ଓଡ଼ିଶା ଭାସ୍କର)୧୦ ପରୀକ୍ଷାରେ ବଡ଼ ତ୍ରୁଟି । ମ୍ୟାଟ୍ରିକ ପରୀକ୍ଷାରେ ବି ମାହାଲ ମାଣ୍ଡା ଭଳି ବଡ଼ ବିଭ୍ରାଟ । ଏମିତି ଭୁଲ ପାଇଁ ଜଣେ ଛାତ୍ରୀ ଆଜି ଦେଇ ପାରି ନାହାଁନ୍ତି ୧୦ମ ଶ୍ରେୀର ପରୀକ୍ଷା । ଭଲ ଛାତ୍ରୀ ହୋଇଥିଲେ ସୁଧା ମାହାଲ ମାଣ୍ଡାଭଳିି ଭୁଲ ପାଇଁ ଆଜି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ହଁ ଆଜ୍ଞା ଜାରି ରହିଛି ମ୍ୟାଟ୍ରିକ ପରୀକ୍ଷା । ହେଲେ ଏହି ତ୍ରୁଟିପୂର୍ଣ୍ଣ ପରୀକ୍ଷାରେ ନଜର ଆସିଛି ବିରାଟ ତ୍ରୁଟି । ତ୍ରୁଟିଟି ହେଉଛି, ଆଡମିଟ କାର୍ଡରେ ଫଟୋ ଭୁଲ ଥିବାରୁ ପରୀକ୍ଷା ଦେଇ ପାରି ନାହାଁନ୍ତି ଜଣେ ମେଧାବି ଛାତ୍ରୀ । ପରୀକ୍ଷା ନଦେଇ ପାରି ଏବେ ଚିନ୍ତାରେ ରହିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ବିଦ୍ୟାଳୟରେ ।

ଏ ହେଉଛନ୍ତି ୧୦ମ ପରୀକ୍ଷା ଦେଇ ପାରିନଥିବା ଛାତ୍ରୀ ପୂଜାପ୍ରିୟଦର୍ଶିନୀ ଜେନା । ଯିଏ ଏବେ ତାଙ୍କ ଭବିଶ୍ୟତ ନେଇ ପୁରା ଚନ୍ତ।।ରେ ରହିଛନ୍ତି । ଘଟଣା କିଛି ଏମିତି ହୋଇଥିଲା । ଆଡମିଟ କାର୍ଡରେ ପୂଜାପ୍ରିୟଦର୍ଶିନୀ ସ୍ଥାନରେ ଲେଖା ଥିଲା ଲକ୍ଷ୍ମୀପ୍ରିୟ ଜେନା । ବାପା ମାଙ୍କ ନାମ ମଧ୍ୟ ଭୁଲ ଥିଲା । ଯାହାକୁ ନେଇ ପୂଜା ପରୀକ୍ଷା ଦେବା ପାଇଁ ସେଣ୍ଟରେ ପହଞ୍ଚିଥିଲେ । ସେଠାରେ ଆଡମିଟ କାର୍ଟ ଦେଖାଇବା ପରେ ସନାତନ ସାମଲ ନାମକ ଜଣେ ସାର କହିଥିଲେ କି କିଛି ଅସୁବିଧା ହେବନି ଭିତରକୁ ଯାଇ ପରୀକ୍ଷା ଦିଅ । ହେଲେ ଯେତେବେଳେ ପରୀକ୍ଷା ହଲକୁ ଯାଇଥିଲେ ସେଠରେ ପୂଜାଙ୍କୁ ପରୀକ୍ଷା ହଲରୁ ବାହାର କରିଦିଆଯାଇଥିଲା ।

ଠିକ ସମୟରେ ଫର୍ମ ଫିଲ କରିଥିଲେ ପୂଜା । ହେଲେ ଆଡମିଟ କାର୍ଡ ଆଗରୁ ନଦେଇ ସେହି ପରୀକ୍ଷା ଦିନ ଦେଇଥିଲେ । ଯାହା ଫଳରେ ଭୁଲ ଆଡମିଟ କାର୍ଡ ପାଇଁ ସବୁ ଗୋଳମାଳ ହୋଇଗଲା । ପରୀକ୍ଷା ଦେଇ ନପାରି ଏବେ ଘରେ ବଶିଛନ୍ତି ପୂଜା । ସେପଟେ ଏଭଳି ଭୁଲ ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ କିରାଣିଙ୍କ ସମ୍ପୂର୍ଣ୍ଣ ଭୁଲ ବୋଲି ପୂଜାଙ୍କ ବାପା ଅଭିଯୋଗ କରିଥିବା ବେଳେ ବିଞ୍ଝାରପୁରା ବିଇଓ ପ୍ରଧାନ ଶିକ୍ଷକ ଏବଂ କିରାଣିଙ୍କୁ ତଦନ୍ତ ପାଇଁ ଡକାଇଛନ୍ତି ।

Get real time updates directly on you device, subscribe now.