fbpx

ସତ ହେବ ମାଳିକା! ବିପଦରେ ହୀରାକୁଦ କେନାଲ ବନ୍ଧ…. ଆସିଗଲା କି ସଙ୍କେତ?

ଓଡ଼ିଶା ଭାସ୍କର: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି। ଯାହା ଏବେ ଧିରେ ଧିରେ ସତ ହେଉଥିବା ଦେଖାଯାଉଛି। ମାଳିକାରେ କୁହାଯାଇଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି। ତେବେ ମାଳିକାରେ ଲେଖାଯାଇଥିଲା ଯେ, କଳିଯୁଗ ଶେଷ ହେବା ସମୟରେ ଶ୍ରୀମନ୍ଦିରର ୨୨ ପାହାଚରେ ମୀନ ଖେଳିବ। ଯାହା ଧିରେଧିରେ ସତ ହୋଇଥିବା କୁହାଯାଉଛି। ଆଜି ହୀରାକୁଦ କେନାଲ ବନ୍ଧରେ ବିପଦ ଦେଖାଦେଇଛି।

ବନ୍ଧର କଂକ୍ରିଟ ଆଡିବନ୍ଧ ଦବି ଯିବାରୁ ତାହା କୌଣସି ମୁହୂର୍ତ୍ତରେ ଭାଙ୍ଗିଯିବାର ଆଶଙ୍କା ଦେଖା ଦେଇଛି। ଫଳରେ ହଜାର ହଜାର ଏକର ଧାନ ଫସଲକୁ ଜଳ ଯୋଗାଣ ବନ୍ଦ ହେଲେ ଚାଷ ନଷ୍ଟ ହେବ ବୋଲି ଆଶଙ୍କା କରି ଘଟଣା ସ୍ଥଳରେ ପ୍ରତିବାଦ କରିଥିଲେ ଚାଷୀ। ଶେଷରେ ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ଚାଷୀଙ୍କ ସହ ଆଲୋଚନା କରି ସ୍ଥାୟୀ ମରାମତିର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା। ମାତ୍ର ଶହେ ମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ୍। ଡ୍ୟାମରୁ ନିର୍ଗତ ପାଣି ହୀରାକୁଦ କେନାଲ ଓ ସମ୍ବଲପୁର କେନାଲ ଯୋଗେ ପ୍ରବାହିତ ହେବା ଫଳରେ ଖରାଦିନେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ହେଉଥିଲା।

ହୀରାକୁଦରେ ଥିବା ହିଣ୍ଡାଲକୋ କାରଖାନା ବି ଏଠାରୁ ପାଣି ନେଉଛି। ଯଦି କୌଣସି ମୁହୁର୍ତ୍ତ ରେ ବନ୍ଧରେ ଘାଇ ସୃଷ୍ଟି ହୋଇ ଭାଙ୍ଗିଯାଏ ତେବେ ଉଭୟ ଚାଷ ଏବଂ ଶିଳ୍ପ ପ୍ରଭାବିତ ହେବ। ଜଳ ସମ୍ପଦ ବିଭାଗ ଜଳ ଯୋଗାଣ ବନ୍ଦ କରି ମରାମତି କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଯାହାକୁ ମାନି ନଥିଲେ ଚାଷୀ। ଶେଷରେ ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଆସନ୍ତାକାଲିଠାରୁ ଜଣେ ଅଧିକାରୀଙ୍କ ଉପସ୍ଥିତିରେ ମରାମତି କରାଯିବ ବୋଲି କହିଛନ୍ତି। ଆଉ ଧାନ ଅମଳ ପରେ ସ୍ଥାୟୀ ସିମେଣ୍ଟ କାନ୍ଥ ନିର୍ମାଣର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ସତରେ କଣ ମାଳିକା ବର୍ଣ୍ଣିତ କଥା ସତ ହେବ। ସତରେ କମ ହୀରାକୁଦ ବନ୍ଧ ଭାଙ୍ଗିବ ତାହା ତ ସମୟ କହିବ।

ବି.ଦ୍ର;- ଆମେ କୌଣସି ପ୍ରକାରର ଅନ୍ଧବିଶ୍ୱାସକୁ ପ୍ରସୟ ଦେଉ ନାହୁଁ । ଏହି ଖବରଟି ହେଉଛି ମାଳିକାରୁ ସଂଗୃହୀତ ଓ ଆଜିର ରିପୋର୍ଟକୁ ତୁଳନା କରାଯାଇ ପ୍ରସ୍ତୁତ ହୋଇଛି । ଏଠାରେ ଆଉ ଏକ କଥା ମଧ୍ୟ କହି ରଖୁଛୁ, ଆମର ଏହି ଖବରରେ ପ୍ରଭାବିତ ହୋଇ କୌଣସି ବ୍ୟକ୍ତି ଭୟଭୀତ ହେବାର ଆବଶ୍ୟକ ନାହିଁ। ଏହା ମାତ୍ର ଏକ ତୁଳନାତ୍ମକ ଖବର।

Get real time updates directly on you device, subscribe now.