fbpx

IPL ଖେଳିବାକୁ ଯାଉଛନ୍ତି ପ୍ରଥମ ଆଦିବାସୀ କ୍ରିକେଟର ରବିନ ମିଞ୍ଜ: ଜାଣନ୍ତୁ, କେତେ ଟଙ୍କାରେ ସେ ହୋଇଥିଲେ ନିଲାମ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୪ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)। ଏଥିପାଇଁ ମ୍ୟାଚ୍ ସୂଚୀ ମଧ୍ୟ ଆଜି ପ୍ରକାଶ ପାଇଛି। ତେବେ ଖେଳାଯିବାକୁ ଥିବା ଏହି ଆଇପିଏଲରେ ପ୍ରଥମ ଥର ପାଇଁ ନଜର ଆସିବାକୁ ଯାଉଛନ୍ତି ଜଣେ ଆଦିବାସୀ କ୍ରିକେଟର। ଚଳିତ ବର୍ଷ ଲାଗି ତାଙ୍କୁ ଗୁଜୁରାଟ ଟାଇଟନ୍ସ କିଣିଛି। ଏହି ଆଦିବାସୀ କ୍ରିକେଟର ହେଉଛନ୍ତି ରବିନ ମିଞ୍ଜ। ଜଣେ ପ୍ରଥମ ଆଦିବାସୀ କ୍ରିକେଟର ଭାବେ ସେ ଆଇପିଏଲ ଭଳି ବଡ଼ ମୈଦାନରେ ଖେଳୁଥିବାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ଆଉ ଏହି ଆଇପିଏଲ ମୈଦାନରେ ପୁଅ ରବିନର ଖେଳ ଦେଖିବାକୁ ବାପା ଫ୍ରାନ୍ସିସ ଜାଭିୟର ମିଞ୍ଜ ସେହି ସ୍ମରଣୀୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି। କ୍ରିକେଟର ରବିନଙ୍କ ବାପା ଫ୍ରାନ୍ସିସ ବିମାନବନ୍ଦରରେ ସିକ୍ୟୁରିଟି ଗାର୍ଡର କାର୍ଯ୍ୟ କରିଥାନ୍ତି। ସେ ବିମାନବନ୍ଦରରେ ପ୍ରତି ଦିନ ହଜାର ହଜାର ଲୋକ ଯିବାଆସିବା କରୁଥିବାର ଦେଖନ୍ତି। ଫ୍ରାନସିସଙ୍କ ସ୍ୱପ୍ନ ଯେ ପୁଅ ରବିନ ଦିନେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ହେବା ସହିତ ବିମାନବନ୍ଦରରେ ଟିମ ଇଣ୍ଡିଆ ସହିତ ଯାଉ।

ତେବେ ଏଠାରେ କହି ରଖୁ ଯେ, ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇପିଏଲ ୨୦୨୪ ନିଲାମୀରେ ରବିନ ମିଞ୍ଜଙ୍କୁ ଗୁଜୁରାଟ ଟାଇଟାନ୍ସ କିଣିଥିଲା। ଯାହା ପରେ ରବିନ୍ ଲାଇମଲାଇଟରେ ଆସିଥିଲେ। ଗୁଜୁରାଟ ଟାଇଟାନ୍ସ ରବିନ୍ ମିଞ୍ଜଙ୍କୁ ୩.୬୦ କୋଟି ଟଙ୍କାରେ କିଣିଛି। ଏହି ଆଇପିଏଲରେ ଖେଳିଲେ ରବିନ ହେବେ ପ୍ରଥମ ଆଦିବାସୀ କ୍ରିକେଟର। ଏଣୁ ବର୍ତ୍ତମାନ ତାଙ୍କ ପରିବାର ଓ ସମସ୍ତେ ରବିନଙ୍କୁ ଆଇପିଏଲ୍ ୨୦୨୪ରେ ଦେଖିବାକୁ ଚାହୁଁଛନ୍ତି।

Get real time updates directly on you device, subscribe now.