fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଅସୁସ୍ଥ ହୋଇପଡ଼ିଛନ୍ତି । କିଛିଦିନ ପୂର୍ବରୁ ହେମାନନ୍ଦ ତାଙ୍କର ନିଜ ଗାଁ ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ାକୁ ଯାଇଥିଲେ । ସେଠାରେ ସେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ହଠାତ୍ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଁ ତାଙ୍କୁ ଜ୍ୱର ହୋଇଥିଲା ।

ତେବେ ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ହେମାନନ୍ଦ ଚିକିତ୍ସାଧୀନ ରହିଥିବା ତାଙ୍କ ପରିବାର ପୂର୍ବରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ହେମାନନ୍ଦ ୧୯୮୯ ମସିହା ଡିସେମ୍ବର ୭ରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଓ ୧୯୯୯ ମସିହା ଡିସେମ୍ବର ମାସ ୬ରୁ ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସାଂସଦ ରହିଥିଲେ । ସେ ହେଉଛନ୍ତି ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.