fbpx
BJD SKY
BJD SKY

କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ମନପ୍ରୀତ ସିଂ ବାଦଲ

BJD

ଚଣ୍ଡିଗଡ଼: ପଞ୍ଜାବରେ କଂଗ୍ରେସ ଦଳକୁ ବହୁତ ବଡ଼ ଝଟକା ଲାଗିଛି । ପଞ୍ଜାବର ବରିଷ୍ଠା ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କଂଗ୍ରେସ ଛାଡିଛନ୍ତି । ଏବେ ମନପ୍ରୀତ ସିଂ ବାଦଲ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ମନପ୍ରୀତ ସିଂ ବାଦଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ମନପ୍ରୀତ ସିଂ ବାଦଲ ଆଜି ସକାଳେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏହା ପରେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚିବା ପରେ ସେଠାରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ । ମନପ୍ରୀତ ସିଂ ବାଦଲଙ୍କୁ ସ୍ୱାଗତ କରି ପୀୟୁଷ ଗୋୟଲ କହିଛନ୍ତି ଯେ, ତାଙ୍କ ଦଳରେ ଯୋଗଦେବା ପଞ୍ଜାବ ଏବଂ ଦେଶରେ ବିଜେପିକୁ ମଜବୁତ କରିବ । ଶିଖ ସମ୍ପ୍ରଦାୟ ସହିତ ଆମର ଏକ ଅବିସ୍ମରଣୀୟ ସମ୍ପର୍କ ରହିଛି ।

Get real time updates directly on you device, subscribe now.