fbpx
BJD
BJD SKY
BJD SKY

ଧାବିକା ଦୂତୀ ଚାନ୍ଦ ସସପେଣ୍ଡ: ଡୋପ୍ ଚେଷ୍ଟରେ ଫେଲ ପରେ କାର୍ଯ୍ୟାନୁଷ୍ଠାନ, ଖବରକୁ ଦୂତୀଙ୍କ ଅସ୍ୱୀକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଜଗତରୁ ଏକ ନିରାଶାଜନକ ଖବର ଆସିଛି । କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ଅନେକ ସୁନାମ ଆଣିଥିବା ଓଡ଼ିଶାର ଧାବିକା ଦୂତୀ ଚାନ୍ଦକୁ ଲାଗିଛି ବଡ଼ ଝଟକା । ଦୂତୀ ଡୋପ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୂତୀଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଦୂତୀ । ଡୋପ ଟେଷ୍ଟରେ ଧରାପଡ଼ିବା କଥାକୁ ସେ ଅସ୍ୱୀକାର କରିବା ସହ ମିଛ ବୋଲି କହିଛନ୍ତି । ଏଥିସହିତ ଏ ବାବଦରେ ତାଙ୍କ ନିକଟକୁ କୌଣସି ଚିଠି ଆସିନଥିବା ସେ ପ୍ରକାଶ କରିଛନ୍ତି । ତେବେ ଦୂତୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମାତ୍ର ଦୂତୀଙ୍କ ପକ୍ଷରୁ ଏହି ଖବରକୁ ମିଛ ବୋଲି କୁହାଯିବା ପରେ ଏହା ମାମଲାକୁ ଅଧିକ ଚର୍ଚ୍ଚାର ପରିସରକୁ ଟାଣୁଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୦ରୁ ୨୫ ମଧ୍ୟରେ ହାଙ୍ଗଝୁଠାରେ ଏସୀୟ କ୍ରୀଡ଼ା ଆୟୋଜନ ନେଇ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ପରେ କୋଭିଡ-୧୯ କାରଣରୁ ଏହା ୨୦୨୩ ମସିହା ସେପ୍ଟେମ୍ବର୨୩-ଅକ୍ଟୋବର ୮ରେ ଆୟୋଜନ କରାଯିବ ବୋଲି ଏସୀୟ ଅଲିମ୍ପିକ ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ତେବେ ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ ଏସୀୟ କ୍ରୀଡ଼ା ପୂର୍ବରୁ ଦୂତୀଙ୍କୁ ନିଶ୍ଚିତ ଭାବେ ଏକ ବଡ଼ ଝଟକା ଲାଗିବ ।

Get real time updates directly on you device, subscribe now.