fbpx

ୟୁକ୍ରେନରେ ବଡ଼ ଧରଣ ହେଲିକପ୍ଟର ଦୁର୍ଘଟଣା, ମନ୍ତ୍ରୀଙ୍କ ସମେତ ୧୬ ମୃତ

କିଭ: ବର୍ତ୍ତମାନ ନେପାଳ ବିମାନ ଦୁର୍ଘଟଣା ପରେ ୟୁକ୍ରେନ ରାଜଧାନୀ କିଭ ପାଖରେ ଏକ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା ଘଟିଛି । ଏଠାରେ ଏକ ହେଲିକପ୍ଟର ବିଲ୍ଡିଂରେ ମାଡ଼ ହୋଇ ଧ୍ୱଂସ ହୋଇଯାଇଛି । ଦୂର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୩ଜଣ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ଏହା ବ୍ୟତିତ ଅନ୍ୟାନ୍ୟ ୧୬ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ଏବଂ ଏଥିରେ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ୟୁକ୍ରେନ ରାଜଧାନୀ କିଭ ପାଖରେ ଥିବା ଭ୍ରୋବେରୀ ସହରର ଏକ ବିଲ୍ଡିଂରେ ମାଡ଼ ହେବାପରେ ସଂପୂର୍ଣ୍ଣ ଜଳିଯାଇଛି । ଏଥିରେ ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିସର୍କୀଙ୍କ ମୃତ୍ୟୁ ଘଟିଛି । ଏହାସହ ୟୁକ୍ରେନ ସରକାର ସହ ଜଡ଼ିତ ୩ଜଣ ମନ୍ତ୍ରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା କଥା ସୂଚନା ମିଳିଛି । ଏଠାରେ ସମୁଦାୟ ୧୬ଜଣଙ୍କ ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ଶବ ଗୁଡ଼ିକର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟାନ୍ୟ ତଦନ୍ତ ଜାରୀ ରହିଛି । ନିକଟରେ ନେପାଳରେ ଏକ ବିମାନ ଦୁର୍ଘଟଣାରେ ୭୨ଜଣଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ୟୁକ୍ରେନର ଏହି କ୍ରାସ୍ ହେବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.