fbpx
BJD SKY
BJD SKY

୭୦% କର୍ମଚାରୀଙ୍କୁ ଛଟେଇ କଲା GoMechanic, ଚାକିରିରେ ଥିବା ଲୋକଙ୍କୁ ୩ ମାସ ପର୍ଯ୍ୟନ୍ତ ମିଳିବନି ଦରମା

BJD

ନୂଆଦିଲ୍ଲୀ: ଗୋଟିଏ ଟଝକାରେ ୭୦% କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛି ଗୋମୋକିନକ୍ କମ୍ପାନୀ । ଯେଉଁ କର୍ମଚାରୀମାନଙ୍କର ଚାକିରି ବଞ୍ଚିଯାଇଛି, ସେମାନଙ୍କୁ ଆସନ୍ତା ତିନିମାସ ପାଇଁ ଦରମା ବିନା କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ କିଛିଦିନ ହେବ ଷ୍ଟାର୍ଟଅପ୍ ଏବଂ ଟେକ୍ କମ୍ପାନୀଗୁଡିକ ଲଗାତାର ଛଟେଇ କରିବାରେ ଲାଗିଛନ୍ତି । ଏବେ ଏଥିରେ ଅଟୋମୋବାଇଲ୍ ଆକ୍ଟର ସେଲ୍ସ ସେବା ଯୋଗାଉଥିବା କମ୍ପାନୀ ଗୋମେକାନିକର ନାମ ମଧ୍ୟ ଯୋଡି ହୋଇଛି ।

କମ୍ପାନୀର ସହ-ପ୍ରତିଷ୍ଠାତା ଅମିତ ଭସିନ୍ ଜାନୁଆରୀ ୧୮ ରେ ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, କମ୍ପାନୀ ଏହାର ୭୦% କର୍ମଚାରୀଙ୍କୁ ଛଟେଇ କରିଛି । ୭୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ବ୍ୟତୀତ ଖବର ମିଳିଛି କି, ଅବଶିଷ୍ଟ କର୍ମଚାରୀମାନେ ଆସନ୍ତା ତିନିମାସ ପାଇଁ ଦରମା ପାଇବେ ନାହିଁ ।

ଏହା ସହ ସୂଚନା ମିଳିଥିଲା କି, କମ୍ପାନୀରେ ଆର୍ôଥକ ସ୍ଥିତି ଏପଟସେପଟ ହେବାର ଜଣାପଡିବା ପରେ ଗୋମେକାନିକର ସବୁଠାରୁ ବଡ ନିବେଶକ କମ୍ପାନୀ ସେକ୍ୱୋଆ କ୍ୟାପିଟାଲ୍ କମ୍ପାନୀର ବାଲାନ୍ସ ସିଟ୍ ର ଫୋରେନସିକ୍ ଅଡିଟ୍ କରିବ ।

ଏହି ଗୁଜବକୁ ଦୂର କରିବା ପାଇଁ କାର ମରାମତି ଷ୍ଟାର୍ଟଅପ୍ କମ୍ପାନୀର ସହ-ପ୍ରତିଷ୍ଠାତା ଅମିତ ଭସିନ୍ ଲିଙ୍କଡଇନରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ଭସିନ୍ ଲେଖିଛନ୍ତି ଯେ, ସହ-ପ୍ରତିଷ୍ଠାତାମାନେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରି ପାଣ୍ଠି ସଂଗ୍ରହ ତଥା ବ୍ୟବସାୟର ପୁନଃନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, “ପୁନଃନିର୍ମାଣ ଯନ୍ତ୍ରଣାଦାୟକ । ଦୁର୍ଭାଗ୍ୟବଶତଃ ଆମକୁ ୭୦% କର୍ମଚାରୀଙ୍କୁ ଛଟେଇ କରିବାକୁ ପଡିଲା । ଏକ ତୃତୀୟ ପକ୍ଷ କମ୍ପାନୀ ମଧ୍ୟ ଆମର ବ୍ୟବସାୟର ଅଡିଟ୍ କରିବ ।’

Get real time updates directly on you device, subscribe now.