fbpx
BJD SKY
BJD SKY

ତିନି ଉତ୍ତର-ପୁର୍ବ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ, ଜାଣନ୍ତୁ ତାରିଖ

BJD

ନୁଆଦିଲ୍ଲୀ: ତିନି ଉତ୍ତର-ପୁର୍ବ ରାଜ୍ୟରେ ନିର୍ବାଚନ ବିଗୁଲ ବଜାଇଛନ୍ତି ନିର୍ବାଚନ କମିଶନର। ତ୍ରିପୁରାରେ ୧୬ ଫେବୃଆରୀ ଏବଂ ନାଗାଲାଣ୍ଡ ଓ ମେଘାଳୟରେ ୨୭ ପେବୃଆରୀରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ଆୟୋଗ ଘୋଷଣା କରିଛନ୍ତି। ନାଗାଲାଣ୍ଡ ବିଧାନସଭା କାର୍ଯ୍ୟାଳୟ ୧୨ ମାର୍ଚ୍ଚ, ମେଘାଳୟ ବିଧାନସଭା କାର୍ଯ୍ୟକାଳ ୨୫ ମାର୍ଚ୍ଚ ଏବଂ ତ୍ରିପୁରା ବିଧାନସଭା କାର୍ଯ୍ୟକାଳ ୨୨ ମାର୍ଚ୍ଚରେ ଶେଷ ହେଉଛି।

ସାମ୍ବାଦିକ ସମ୍ମିଳନୀ ସମୟରେ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି, ନିକଟରେ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ରାଜ୍ୟକୁ ନିର୍ବାଚନ ଆୟୋଗଙ୍କ ଅଧିକାରୀମାନେ ଗସ୍ତ କରିଥିଲେ । ଏହି ସମୟରେ ସେଠାକାର ପ୍ରଶାସନିକ ଅଧିକାରୀ ଏବଂ ସେଠାକାର ସ୍ଥିତି ବିଷୟରେ ଅବଗତ ହୋଇଥିଲେ ।

ତ୍ରିପୁରାରେ ବର୍ତ୍ତମାନ ବିଜେପି ଶାସନ କରୁଥିବାବେଳେ ମେଘାଳୟ ଏବଂ ନାଗାଲାଣ୍ଡରେ ବିଜେପି ସମର୍ଥିତ ଗଠବନ୍ଧନ ସରକାର ରହିଛି। ଗତ ବର୍ଷ ଫେବୃଆରୀରେ ଏହି ତିନୋଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ତିନୋଟି ରାଜ୍ୟରେ ୬୦ ଟି ବିଧାନସଭା ଆସନ ଅଛି। ଏଭଳି ପରିସ୍ଥିତିରେ ସଂଖ୍ୟା ଗରିଷ୍ଠତା ପାଇଁ ସରକାର ଗଠନ ପାଇଁ ୩୧ ଆସନରେ ବିଜୟ ଆବଶ୍ୟକ।

Get real time updates directly on you device, subscribe now.