fbpx
BJD SKY
BJD SKY

ୟୁକ୍ରେନ ହେଲିକପ୍ଟର ଦୁର୍ଘଟଣା, ମନ୍ତ୍ରୀଙ୍କ ସମେତ ୧୬ ମୃତ, ୨୨ ଆହତ

BJD

କିଭ: ୟୁକ୍ରେନ ରାଜଧାନୀ କିଭ ପାଖରେ ଏକ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା ଘଟିଛି । ଏଠାରେ ଏକ ହେଲିକପ୍ଟର ବିଲ୍ଡିଂରେ ମାଡ଼ ହୋଇ ଧ୍ୱଂସ ହୋଇଯାଇଛି । ଦୂର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୩ଜଣ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ଏହା ବ୍ୟତିତ ଅନ୍ୟାନ୍ୟ ୧୬ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ଏବଂ ଏଥିରେ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ୟୁକ୍ରେନ ରାଜଧାନୀ କିଭ ପାଖରେ ଥିବା ଭ୍ରୋବେରୀ ସହରର ଏକ ବିଲ୍ଡିଂରେ ମାଡ଼ ହେବାପରେ ସଂପୂର୍ଣ୍ଣ ଜଳିଯାଇଛି । ଏହି ଦୁର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିସର୍କୀଙ୍କ ମୃତ୍ୟୁ ଘଟିଛି । ଏହାସହ ୟୁକ୍ରେନ ସରକାର ସହ ଜଡ଼ିତ ୩ଜଣ ମନ୍ତ୍ରୀ ଏବଂ ୨ଜଣ ଶିଶୁଙ୍କ ମଧ୍ୟ ମୃତ୍ୟୁ ଘଟିଥିବା କଥା ସୂଚନା ମିଳିଛି । ହେଲିକପ୍ଟରରେ ସମୁଦାୟ ଥିଲେ ୯ଜଣ ଯାତ୍ରୀ ।

କିଭର ଗଭର୍ଣ୍ଣର ଓଲେକ୍ସି କୁଲେବା ସୋସିଆଲ ମିଡ଼ିଆରେ କହିଛନ୍ତି ଯେ, ହେଲିକପ୍ଟର କ୍ରାସ ହେବା ପରେ କିଣ୍ଡର ଗାର୍ଡ଼େନରେ ପଡ଼ିଥିଲା । ଯେଉଁଠାରେ ଶିଶୁ ଏବଂ କିଛି କର୍ମଚାରୀ ଉପସ୍ଥିତ ଥିଲେ । ତେବେ ସମୁଦାୟ ୧୬ଜଣଙ୍କ ମୃତ୍ୟୁ ସମେତ ୨୨ଜଣ ଆହତ ଗୁରୁତର ଅବସ୍ଥାରେ ଅଛନ୍ତି । ଏବଂ ଏଥିରେ ୧୦ଜଣ ଶିଶୁ ମଧ୍ୟ ଅନ୍ତର୍ଭକ୍ତ ଅଛନ୍ତି ।
ଘଟଣାସ୍ଥଳରେ ୟୁକ୍ରେନର ପୋଲିସ ପ୍ରଶାସନ ପହଁଚି ରିଲିଫ ଏବଂ ଜୀବନ ବଞ୍ଚାଇବା ଉଦ୍ୟମ ଜାରି ରଖିଛି । ୨୨ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ ପହଁଚାଯିବା ସହ ତଦନ୍ତ ଜାରି ରହିଛି । ତେବେ ଶିକାର ହୋଇଥିବା ହେଲିକପ୍ଟର ୟୁକ୍ରେନର ରାଜ୍ୟ ଜରୁରୀକାଳୀନ ସର୍ଭିସରେ ସାମିଲ ଥିଲା ।

ବର୍ତ୍ତମାନ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ବୋଲି ପୋଲିସ ପ୍ରଶାସନ ତରଫରୁ ସୂଚନା ମିଳିଛି । ଏହି ଦୁର୍ଘଟଣାକୁ ନେଇ ରୁଷ ତରଫରୁ କୌଣସି ବୟାନ ଆସି ନଥିବା ବେଳେ, ୟୁକ୍ରେନର ରାଷ୍ଟ୍ରପତି ଅଫିସର ଡ଼େପୁଟି ଚିଫ୍ କିତିଲୋ ଟିମୋଶେଙ୍କ ସୋସିଆଲ ମିଡ଼ିଆରେ କହିଛନ୍ତି ଯେ, ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କ ସୂଚନା ଏକାଠି କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।

Get real time updates directly on you device, subscribe now.