fbpx

ପାଟଣା ଥାନା ପୂର୍ବତନ ଆଇଆଇସିଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା

ପାଟଣା,୧୩ ।୧୧(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା ହୋଇଛି । ଥାନାରେ ନିଯୁକ୍ତି ନେଇ ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଥାନା ଭିତରେ ଜଣେ ଯୁବକଙ୍କୁ ମାଡ ମାରିବା ଘଟଣାକୁ ନେଇ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ସନ୍ଧ୍ୟାରାଣୀଙ୍କୁ ୨ବର୍ଷ ଯାଏ କିଛି ଫିଲ୍ଡ ଡ୍ୟୁଟି ନଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ୨ ବର୍ଷ ପର୍ଯ୍ୟନ୍ତ ଥାନାରେ କୌଣସି ନିଯୁକ୍ତି ଦିଆଯିବ ନାହିଁ । ସନ୍ଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ ମଧ୍ୟ କହିଛନ୍ତି କମିଶନ । ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ତାହା ଟ୍ରେନିଂରେ ତାଙ୍କୁ ଶିଖାଯିବ ।

ତେବେ ଗତ ମେ ମାସରେ ଥାନାରେ ଜଣେ ଯୁବକଙ୍କୁ ଅଟକ ରଖି ପିଟିଥିଲେ ଆଇଆଇସି । ଅଟକ ଯୁବକଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ । ଆଇଆଇସିଙ୍କ ମାଡ ଭିଡିଓ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣା ପରେ ଆଇଆଇସି ସନ୍ଧ୍ୟାରାଣୀଙ୍କୁ ନିଲମ୍ବିତ କରିଥିଲେ ଡିଜିପି । ପୂର୍ବରୁ ଓଏଚଆରସି ପୀଡିତଙ୍କୁ ୧୦ ହଜାର କ୍ଷତିପୂରଣ ଦେବାକୁ କହିଥିଲେ । ଏହି କ୍ଷତିପୂରଣ ଅର୍ଥ ଆଇଆଇସି ସନ୍ଧ୍ୟାରାଣୀଙ୍କ ଦରମାରୁ କାଟିବାକୁ କହିଥିଲେ ବୋଲି ଜଣାପଡିଛି ।

Get real time updates directly on you device, subscribe now.