fbpx

JDUର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ

Advertisement

ନୂଆଦିଲ୍ଲୀ: ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ପରଲୋକ ଘଟିଛି । ଶରଦ ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ନେଇ ତାଙ୍କର ଝିଅ ଶୁଭାଷିନୀ ଯାଦବ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗତ କିଛିଦିନ ଧରି ଶରଦ ରୋଗରେ ପଡ଼ିଥିଲେ । ତେଣୁ ତାଙ୍କର ଚିକିତ୍ସା ଗୁରୁଗ୍ରାମର ଫୋର୍ଟିସ ହସ୍ପିଟାଲରେ ଚାଲିଥିଲା । ଶରଦଙ୍କ ପରି ଜଣେ ବରିଷ୍ଠ ରାଜନେତାଙ୍କ ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

ଶରଦଙ୍କ ପାର୍ଥିବ ଶରୀରକୁ ଆଜି ଦିନ ସାରା ଛତରପୁର ସ୍ଥିତ ଡିଏଲଏଫ ନିବାସରେ ଶେଷ ଦର୍ଶନ ପାଇଁ ରଖାଯିବ । ଶରଦଙ୍କୁ ବେହୋସ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥଲା । ଏହାପରେ ତାଙ୍କୁ ସିପିଆର ଦିଆଯାଇଥିଲା । ତେବେ ଡାକ୍ତରଙ୍କ ଶତଚେଷ୍ଟା ପରେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନଥିଲା । ଗତକାଲି ରାତି ୧୦.୧୯ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଶରଦଙ୍କୁ ହରାଇ ଦେଶର ରାଜନୈତିକ ଜଗତ ସତେ ଯେପରି ଶୂନ୍ୟ ହୋଇ ପଡ଼ିଛି । ଶରଦଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଅନେକ ରାଜନେତା ଶୋକବ୍ୟକ୍ତ କରିଛନ୍ତି । ଶରଦ ସଂସଦରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ । ସେ ଲୋହିୟା ବିଚାରରେ ଯଥେଷ୍ଟ ଭାବେ ପ୍ରେରିତ ହୋଇଥିଲେ । ତାଙ୍କ ସହିତ ବିତାଇଥିବା ସମୟ ସର୍ବଦା ମନେପଡ଼ିବ ବୋଲି ଶୋକବାର୍ତ୍ତାରେ କହିଛନ୍ତି ପିଏମ୍ ମୋଦୀ ।

Get real time updates directly on you device, subscribe now.