fbpx

ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଈ ସୋରେନ୍

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଶେଷରେ ବିଜେପିରେ ସାମିଲ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ସଂସ୍ଥାପକ ସଦସ୍ୟ ଚମ୍ପାଈ ସୋରେ । ହେମନ୍ତ ସୋରେନ ଗିରଫ ହୋଇ ଜେଲ ଯିବା ପରେ ଚମ୍ପାଈ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ହେମନ୍ତ ଜେଲରୁ ଫେରିବା ପରେ ଚମ୍ପାନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ଚମ୍ପାନୀ ଦଳ ଛାଡ଼ିଥିଲେ । କେନ୍ଦ୍ରମନ୍ତ୍ରୀ ଶିବରାଜ ସିହ ଚୌହାନ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଝାଡ଼ଖଣ୍ଡ ବିଜେପି ଅଧ୍ୟକ୍ଷ ବାବୁଲାଲ ମରାଣ୍ଡିଙ୍କ ଉପସ୍ଥିତିରେ ଚମ୍ପାଈ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଚମ୍ପାଈ ବିଜେପିରେ ସାମିଲ ହେବା ନେଇ ଗତ କିଛିଦିନ ଧରି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଥିଲା । ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କୁ ହଟାଯିବା ପରେ ସେ ବିଜେପି ଆଡ଼କୁ ଢଳିଥିଲେ । ଏନେଇ ସେ ନିକଟରେ ଦିଲ୍ଲୀ ଗସ୍ତ କରି ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସାକ୍ଷାତ କରିଥିବା ମଧ୍ୟ କୁହାଯାଇଥିଲା । ଗତ ମାସ ୩ ତାରିଖରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ଦଳ ଗଠନ କରିବା ନେଇ ଘୋଷଣା କରିଥିଲେ । ଗତ ଜାନୁଆରୀ ୩୧ ତାରିଖରେ ହେମନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଈଙ୍କ ନାମ ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଚମ୍ପାଈଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାରୁ ସେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Get real time updates directly on you device, subscribe now.