fbpx

ନୁପୂର ଶର୍ମା ମନ୍ତବ୍ୟ ବିବାଦ: CJIଙ୍କୁ ଖୋଲା ଚିଠି, ଦସ୍ତଖତ କଲେ ୧୫ ଅବସରପ୍ରାପ୍ତ ବିଚାରପତି, ୭୭ ବ୍ୟୁରୋକ୍ରାଟ, ୨୫ ସେନା ଅଧିକାରୀ

ନୂଆଦିଲ୍ଲୀ: ପ୍ରୋଫେଟ ମହମ୍ମଦଙ୍କୁ ନେଇ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ତେବେ ଉକ୍ତ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣଙ୍କ ନିକଟକୁ ଖୋଲା ଚିଠି ଲେଖାଯାଇଛି । ଉକ୍ତ ଚିଠିରେ ୧୫ ଜଣ ଅବସରପ୍ରାପ୍ତ ବିଚାରପତି, ୭୭ ଜଣ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଓ ୨୫ ଜଣ ସେନା ଅଧିକାରୀଙ୍କ ଦସ୍ତଖତ ରହିଛି ।

ଗତ ୧ ତାରିଖରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜେବି ପରଦିୱାଲା ନୁପୂର ଶର୍ମାଙ୍କ କେସ ସୁପ୍ରିମକୋର୍ଟରେ ଶୁଣାଣି କରିଥିଲେ । ଉକ୍ତ ଶୁଣାଣି ବିରୋଧରେ ଏହି ପୂର୍ବତନ ଅଧିକାରୀମାନେ ସିଜେଆଇଙ୍କୁ ଚିଠି ଲେଖିଛନ୍ତି । ସର୍ବୋଚ୍ଚ କୋର୍ଟ ‘ଲକ୍ଷ୍ମଣ ରେଖା’ ପାର କରୁଛନ୍ତି ବୋଲି ସେଥିରେ ଦର୍ଶାଯାଇଛି । ବିଜେପିରୁ ନିଲମ୍ବିତ ନେତ୍ରୀ ନୁପୂରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚିଠିରେ ନିନ୍ଦା କରାଯାଇଛି ।

ଉକ୍ତ ଚିଠିରେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟବେକ୍ଷଣକୁ ନିନ୍ଦା କରାଯାଇଛି । ଯେ ପର୍ଯ୍ୟନ୍ତ ସର୍ବୋଚ୍ଚ ଅଦାଲତ ଠିକ୍ ଭାବେ କାର୍ଯ୍ୟ କରୁଥିବ, ସେ ପର୍ଯ୍ୟନ୍ତ ଭାରତୀୟ ନାଗରିକ ଗଣତନ୍ତ୍ର ଉପରେ ବିଶ୍ୱାସ ରଖିବେ । ସୁପ୍ରିମକୋର୍ଟଙ୍କ ଦୁଇଜଣ ବିଚାରପତିଙ୍କ ଟିପ୍ପଣୀ ସୀମା ଲଙ୍ଘନ କରିଛି । ଏହି ଦୁର୍ଭାଗ୍ୟଜନକ ମନ୍ତବ୍ୟ ପାଇଁ ଦେଶ ଓ ବିଦେଶରେ ଲଜ୍ଜିତ ହେବାକୁ ପଡ଼ୁଛି ବୋଲି କୁହାଯାଇଛି ।

Get real time updates directly on you device, subscribe now.