fbpx
BSKY
BJD SHG SKY
BJD MC SKY

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଭବାନୀପାଟଣାରେ ଆୟୋଜିତ ସମାବେଶରେ ହାତ ଧରିଲେ ବଳଭଦ୍ର । କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତିଙ୍କ ଉପସ୍ଥିତିରେ ହେଲେ ସାମିଲ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର ମାଝୀ ।

 କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବଳବଦ୍ର ମାଝୀ ଆଜି କଂଗ୍ରେସରେ ଯୋଗଦେଇଛନ୍ତି । ଆଜି ଭବାନୀପାଟଣାରେ କଂଗ୍ରେସର ସମାବେଶରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ରାଜନେତା ବଳଭଦ୍ର ମାଝୀ ଗତ ୮ ତାରିଖରେରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ତାହାକୁ ନେଇ ଚର୍ଚ୍ଚା ହୋଇଥିଲା । ତେବେ ଶତାଧିକ ସମର୍ଥକଙ୍କ ସହ ସେ ଆଜି(ବୁଧବାର) କଂଗ୍ରେସରେ ଯୋଗଦେବାକୁ ଯାଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଜଣାଇଥିଲେ ।

ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଖେଳ ପଡିଆଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡା. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ଉପସ୍ଥିତିରେ ବଳଭଦ୍ର ମାଝୀ ଦଳରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.