fbpx

ଶ୍ୱଶୁରଙ୍କ ବିରୋଧରେ ବୋହୂ ଆଣିଲେ ଯୌନ ଶୋଷଣ ଅଭିଯୋଗ, ସହି ନପାରି ପୋଲିସ ସାମ୍ନାରେ ଛାତରୁ ଡେଇଁ ଜୀବନ ହାରିଲେ ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ: ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ, ସହ୍ୟ କରି ପାରିଲେନି ଶ୍ୱଶୁର । ପୋଲିସ ସାମ୍ନାରେ ଛାତରୁ ଡେଇଁ କଲେ ଆତ୍ମହତ୍ୟା । ଉତ୍ତରପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ତାଙ୍କ ବୋହୂ ଅଭିଯୋଗ ଆଣିଥିଲେ । ମାତ୍ର ଏହାକୁ ସହ୍ୟ କରିନପାରି ୫୯ ବର୍ଷୀୟ ମନ୍ତ୍ରୀ ଜଣଙ୍କ ପୋଲିସ ଉପସ୍ଥିତିରେ ଆତ୍ମହତ୍ୟାକ କରିଥିଲେ ।

ଜଣାପଡ଼ିଛି ଯେ, ପୋଲିସ ସାମ୍ନାରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ପାଣି ଟାଙ୍କିରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ନାତୁଣୀକୁ ଅସଦାଚରଣ କରୁଥିବା ନେଇ ରାଜେନ୍ଦ୍ରଙ୍କ ବୋହୂ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ବୋହୂଙ୍କ ଅଭିଯୋଗକ୍ରମେ ରାଜେନ୍ଦ୍ରଙ୍କ ବିରୋଧରେ ଯୌନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ତଥା ପକ୍ସୋ ଆକ୍ଟ ଲାଗିଥିଲା । ବୋହୂର ଅଭିଯୋଗକୁ ନେଇ ରାଜେନ୍ଦ୍ର ବିଚଳିତ ଥିବା ପୋୁଲିସ ସୂତ୍ରରୁ ଜଣାପଡ଼ିଛି । ରାଜେନ୍ଦ୍ର ପ୍ରଥମେ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ କହିବା ସହ ନିଜ ଆତ୍ମହତ୍ୟା ଯୋଜନା ବିଷୟରେ କହିଥିଲେ । ପୋଲିସ ସେଠାରେ ପହଞ୍ଚିବା ପରେ ରାଜେନ୍ଦ୍ର ବହୁଗୁଣା ଆତ୍ମହତ୍ୟା କରିଥିଲେ ।

ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲା ସେତେବେଳକୁ ରାଜେନ୍ଦ୍ର ଆତ୍ମହତ୍ୟା କରିବା ପାଇଁ ପାଣି ଟାଙ୍କି ଉପରକୁ ଚଢ଼ି ସାରିଥିଲେ । ପୋଲିସ ଲାଉଡ୍ ସ୍ପିକର ଲଗାଇ ତାଙ୍କୁ ଆତ୍ମହତ୍ୟା ନ କରିବାକୁ କହିଥିଲେ । ମାତ୍ର ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା ନେଇ ରାଜେନ୍ଦ୍ର ଅଭିଯୋଗ କରିଥିଲେ । ବାରମ୍ବାର ପୋଲିସ ତାଙ୍କୁ ଓହ୍ଲାଇ ଆସିବାକୁ ଅନୁରୋଧ କରିବା ପରେ ସେ ରାଜି ହୋଇଥିଲେ । କିନ୍ତୁ ହଠାତ୍ ସେ ପାଣି ଟାଙ୍କି ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହି ସମୟରେ ସେଠାରେ ପୋଲିସ ସମେତ ଅନ୍ୟ ପଡ଼ୋଶୀ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ରାଜେନ୍ଦ୍ରଙ୍କୁ କେହି ବଞ୍ଚାଇ ପାରି ନଥିଲେ । ଅନ୍ୟପଟେ ରାଜେନ୍ଦ୍ରଙ୍କ ପୁଅ ଅଜୟ ବହୁଗୁଣା କହିଛନ୍ତି, ତାଙ୍କ ସ୍ତ୍ରୀର ଅଭିଯୋଗକୁ ସହ୍ୟ କରି ନପାରି ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୪-୦୫ରେ ଏନଡି ତିୱାରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ କଂଗ୍ରେସ ନେତା ରାଜେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଥିଲେ ।

Get real time updates directly on you device, subscribe now.