fbpx

ମୁମ୍ବାଇର ପୂର୍ବତନ ପୋଲିସ କମିସନରଙ୍କୁ ଗିରଫ କଲା CBI, ମହଙ୍ଗା ପଡ଼ିଲା ଅବୈଧ ଫୋନ୍ ଟ୍ୟାପିଂ

ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୋଲିସ କମିସନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) । ଏହା ପୂର୍ବରୁ ସଞ୍ଜୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା ଓ ସେ ନ୍ୟାୟିକ ହେପାଜତରେ ରହିଥିଲେ । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କ କଥିତ ଅବୈଧ ଫୋନ ଟ୍ୟାପିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଉକ୍ତ ମାମଲାରେ ଏବେ ତାଙ୍କୁ ସିବିଆଇ ମଧ୍ୟ ଗିରଫ କରିଛି ।

ପୂର୍ବରୁ ଏହି ମାମଲାରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସିଇଓ ଏବଂ ପୂର୍ବତନ ନିର୍ଦ୍ଦେଶକ ରବି ନାରାୟଣ ମଧ୍ୟ ଗିରଫ ହୋଇଥିଲେ । ସିବିଆଇ ପାଖରେ ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ପର୍ଯ୍ୟାପ୍ତ ଆଧାର ରହିଥିବା କୋର୍ଟ କହିଛନ୍ତି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣ ଓ ସଞ୍ଜୟଙ୍କ ବିରୋଧରେ ଗତ ଜୁଲାଇ ୧୪ରେ ପିଏମଏଲ ଅଧୀନରେ ମାମଲା ଦାୟର କରାଯାଇଥିଲା । ଏବେ ସଞ୍ଜୟଙ୍କୁ ଦିଲ୍ଲୀର ଏକ ଅଦାଲତ ୪ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇ ଦେଇଛନ୍ତି ।

ଇଡି ଦ୍ୱାରା ଦାୟର ହୋଇଥିବା ଅର୍ଥ ହେରଫେର ମାମଲାରେ ସଞ୍ଜୟଙ୍କୁ ଗତ ଅଗଷ୍ଟ ୧୬ରେ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ଉକ୍ତ ମାମଲାରେ ଗତ ୨୨ ତାରିଖରେ ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା । ସ୍ୱତନ୍ତ୍ର ନ୍ୟାୟାଧିଶ ସୁନେନା ଶର୍ମା ସଞ୍ଜୟଙ୍କର ଜମାନତ ଅର୍ଜି ଖାରଜ କରିଦେଇଥିଲେ । ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଯାଞ୍ଚ ଏଜେନ୍ସି ଦ୍ୱାରା ମାମଲା ଦାୟର ହୋଇଥିଲା । ପ୍ରଥମେ ସିବିଆଇ ସଞ୍ଜୟଙ୍କ ମୁମ୍ବାଇ ମୁଖ୍ୟାଳୟରେ ସଞ୍ଜୟଙ୍କ ବୟାନ ରେକର୍ଡ କରିଥିଲା । ପରେ ଏହି ମାମଲାରେ ସିବିଆଇ ପୁଣେ ଓ ଦେଶର କିଛି ସ୍ଥାନରେ ରେଡ୍ କରିଥିଲା ।

Get real time updates directly on you device, subscribe now.