fbpx

ୟୁଜର୍ସଙ୍କ ପାଇଁ ନୂଆ ଫିଚର୍‌ ଆଣିଲା ଇନ୍‌ଷ୍ଟାଗ୍ରାମ୍, ମିଳିବ ଏହି ଫାଇଦା

ନୂଆଦିଲ୍ଲୀ: ୟୁଜରମାନଙ୍କ ପାଇଁ ଇନ୍‌ଷ୍ଟାଗ୍ରାମ୍ ଆଣିଛି ନୁଆ ଫିଚର। ଏବେ ୟୁଜରମାନେ ଲମ୍ବା ସମୟ ବିଶିଷ୍ଟ ଭିଡିଓ ଷ୍ଟୋରୀରେ ରଖିପାରିବେ। ବର୍ତ୍ତମାନ ଏହି ସମୟସୀମା ମାତ୍ର ମାତ୍ର ୧୫ ସେକେଣ୍ଡ ଥିବା ବେଳେ ଏବେ ଆପଣ ଏହାକୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। କମ୍ପାନୀ ପ୍ରବକ୍ତା କହିଛନ୍ତି ଯେ, ଆମେ ସର୍ବଦା ଷ୍ଟୋରୀର ଅନୁଭବକୁ ବୃଦ୍ଧି କରିବା ପାଇଁ ପ୍ରୟାସ କରୁଛୁ।

ଏବେ ୟୁଜରଙ୍କୁ ଲମ୍ବା ଭିଡିଓ ଗୁଡ଼ିକ ଦେଖିବା ପାଇଁ ବାରମ୍ବାର ଟାପ୍ କରିବାକୁ ପଡିବ ନାହିଁ। ଏହାବାଦ୍ ଲମ୍ବା ସମୟ ପର୍ଯ୍ୟନ୍ତ ଭିଡିଓ ଏବଂ ରିଲସ୍ ଗୁଡ଼ିକୁ ପୋଷ୍ଟ କରିବାର କ୍ଷମତା ଏହାର ମୁଳ ବିଷୟକୁ ବିଝାଇବାରେ ସହଜ କରିବ। ଯାହା ପୁର୍ବରୁ ନଥିଲା। ଜୁନ୍ ମାସରେ ଇନଷ୍ଟାଗ୍ରାମ୍ ୬୦ ସେକେଣ୍ଡ ସୀମାରୁ ଆଗକୁ ଯାଇ ୯୦ ସେକଣ୍ଡ ରିଲସ୍ କରିବାକୁ ସୁଯୋଗ ଦେଇଥିଲା।

ମେଟା ମାଲିକାନାରେ ଥିବା ଇଷ୍ଟାଗ୍ରାମ୍ ଏକ ନୂଆ ଷ୍ଟୋରେଜ୍ ଲେଆଉଟ୍‌ର ମଧ୍ୟ ପରୀକ୍ଷଣ କରୁଛି। ଯାହା ଅତ୍ୟଧିକ ପୋଷ୍ଟକୁ ଲୁଚାଇଥାଏ। ୟୁଜରର୍ସମାନେ ବର୍ତ୍ତମାନ ଏକାଥରକେ ୧୦୦ ଷ୍ଟୋରୀ ପୋଷ୍ଟ କରିପାରିବେ।

Get real time updates directly on you device, subscribe now.