fbpx

(Video) ହଠାତ୍ ଧସିଗଲା ସଡ଼କ, ଗାତ ଭିତରକୁ ଖସିପଡ଼ିଲେ ବୃଦ୍ଧ ଓ ସ୍କୁଟି

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟର ଅବସ୍ଥା ଯାହା ଅନେକ ସମୟରେ ତା’ର ଭୟଙ୍କର ପରିଣାମ ଆମକୁ ଭୋଗିବାକୁ ପଡ଼େ । ତେବେ ରାସ୍ତାର ଅବସ୍ଥା ଠିକଠାକ୍ ଥାଇ ଯଦି ଅଚାନକ କିଛି ଦୁର୍ଘଟଣା ଘଟିବ, ସେତେବେଳେ ଭାଗ୍ୟକୁ ଦୋଷ ଦେବା ଛଡ଼ା ଆଉ ଆମ ପାଖରେ ଅନ୍ୟ କିଛି ବାଟ ନଥିବ । ନିକଟରେ ରାସ୍ତା ଅଚାନକ ଧସିବା କାରଣରୁ ଜଣେ ବୃଦ୍ଧ ସ୍କୁଟି ସହିତ ଗାତ ଭିତରକୁ ଖସି ପଡ଼ିଥିଲେ ।

ରାଜସ୍ଥାନର ଯୋଧପୁରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସେଠାରେ ଉପସ୍ଥିତ ଥିବା ଲୋକମାନେ ବୃଦ୍ଧଙ୍କୁ ଗାତରୁ ବାହାର କରିଥିବା ବେଳେ ତାଙ୍କଠାରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡ଼ିଥିଲା । ତେବେ ଏହି କାରଣରୁ ଉକ୍ତ ରାସ୍ତାରେ ଲମ୍ବା ଜାମ୍ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ବୃଦ୍ଧ ଜଣଙ୍କ ଆଜି ନ୍ୟୁ କ୍ୟାମ୍ପସ ନିକଟରେ ଏକ ସ୍କୁଟିରେ ଯାଉଥିଲେ । ତେବେ ଏହି ସମୟରେ ହଠାତ୍ ସଡ଼କ ଧସି ଯାଇଥିଲା । ଫଳରେ ବୃଦ୍ଧ ଜଣଙ୍କ ସ୍କୁଟି ସହିତ ଗାତ ଭିତରେ ଖସି ପଡ଼ିଥିଲେ । ତାଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ନ୍ୟାସନାଲ ହାଇୱେରେ ସ୍ୱେରେଜ କାରଣରୁ କ୍ରମାଗତ ଭାବେ ସଡ଼କ ଧସୁଥିବା କୁହାଯାଉଛି । ତେବେ ଏକ ଟ୍ରକର ଓଜନିଆ ଚାପରେ ସଡ଼କ ଧସିଥିବା ବୃଦ୍ଧ କହିଛନ୍ତି ।

Get real time updates directly on you device, subscribe now.