fbpx

ଆପଣ ବି ହଷ୍ଟେଲ କିମ୍ବା ପିଜିରେ ରହୁଛନ୍ତି କି ? ନିଜ ସୁରକ୍ଷା ପାଇଁ ଜାଣି ରଖନ୍ତୁ ଏହି ସବୁ ଟିପ୍ସ

ଭୁବନେଶ୍ୱର: ଅନେକ ଥର ଇଚ୍ଛା ନଥିଲେ ମଧ୍ୟ ଅଭିଭାବକମାନେ ନିଜ ଝିଅ ମାନଙ୍କୁ ପାଠ ପଢିବା ନିମନ୍ତେ ହଷ୍ଟେଲ ପଠାଇଥାନ୍ତି | କିନ୍ତୁ ଏହା ବାଦ ମଧ୍ୟ ଅଭିଭାବକ ମାନେ ନିଜ ପିଲାଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିଥାନ୍ତି | ବିଶେଷ ଭାବରେ ପିଜି କିମ୍ବା ହଷ୍ଟେଲରେ ରହୁଥିବା ମହିଳାଙ୍କ ପ୍ରତି ଅପରାଧିକ ମାମଲା ମଧ୍ୟ ବଢି଼ବାରେ ଲାଗିଛି | ଏପରି ପରିସ୍ଥିତିରେ ଅଭିଭାବକମାନେ ବିଶେଷ ଭାବରେ ନିଜ ଝିଅମାନଙ୍କର ସୁରକ୍ଷା ସଂପର୍କରେ ଚିନ୍ତିତ ହୋଇପଡ଼ିଛନ୍ତି | ଯଦି ଆପଣ ମଧ୍ୟ ପିଜି କିମ୍ବା ହଷ୍ଟେଲରେ ରହୁଛନ୍ତି କିମ୍ବା ଆପଣଙ୍କର ଭଉଣୀ ଅଥବା କୌଣସି ବନ୍ଧୁ ଘରୁ ଦୂରରେ ରହୁଛନ୍ତି, ତେବେ ନିଜ ସୁରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଟିପ୍ସ ଜାଣିରଖନ୍ତୁ |

  • ସବୁବେଳେ ନିଜ ରୁମକୁ ଲକ୍ ରଖନ୍ତୁ |

ହଷ୍ଟେଲ କିମ୍ବା ପିଜିରେ ରହୁଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଜିନିଷ ଚୋରି ହୋଇଯାଇଛି। ଅଧିକାଂଶ କ୍ଷେତ୍ରରେ, ଯେତେବେଳେ ଏହା ହୁଏ ସେତେବେଳେ ରୁମର କବାଟ ଖୋଲା ରହିଥାଏ | ଯାହାଫଳରେ ଚୋରି, ହତ୍ୟା ଏବଂ ଆପଣ ଏକୁଟିଆ ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ | ଯେତେବେଳେ ଆପଣ ରୁମରେ ଏକୁଟିଆ ଥିବେ ତେବେ ନିଶ୍ଚିତ କରନ୍ତୁ ଯେ ରୁମ୍ ସଠିକ ଭାବରେ ବନ୍ଦ ଅଛି କି ନାହିଁ |

  • ଜରୁରୀକାଳୀନ ନମ୍ବର ମନେ ରଖନ୍ତୁ |

ଆମ୍ବୁଲାନ୍ସ, ପୋଲିସ କିମ୍ବା ଅଗ୍ନିଶମ ସେବାର ଜରୁରୀ ନମ୍ବର ଆପଣଙ୍କର ମନେ ଅଛି ତ? ଯଦି ଆପଣ ଜରୁରୀକାଳୀନ ନମ୍ବର ଗୁଡିକ ବିଷୟରେ ଜାଣି ନାହାଁନ୍ତି | ତେବେ ନିଶ୍ଚିତ ଭାବରେ ଏହିସବୁ ନମ୍ବର ଗୁଡିକୁ ଜାଣି ରଖନ୍ତୁ | ବିଶେଷ ଭାବରେ ମହିଳାମାନଙ୍କ ସୁରକ୍ଷା ପାଇଁ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବରକୁ ମଧ୍ୟ ଆପଣଙ୍କ ଫୋନରେ ରଖନ୍ତୁ | ଭାରତରେ, ଜାତୀୟ ଜରୁରୀକାଳୀନ ନମ୍ବର – ୧୧୨, ପୋଲିସ୍ – ୧୦୦, ମହିଳା ହେଲ୍ପଲାଇନ ନମ୍ବର – ୧୦୯୧, ଆମ୍ବୁଲାନ୍ସ – ୧୦୨ ଏହି ସବୁ ନମ୍ବର ଗୁଡିକୁ ନିଜ ଫୋନରେ ସେଭ ରଖନ୍ତୁ |

  • ନିଜ ରୁମମେଟ ମାନଙ୍କୁ ଭଲ ଭାବରେ ଜାଣି ରଖନ୍ତୁ |

ପିଜି କିମ୍ବା ହଷ୍ଟେଲରେ ଯେଉଁଠାରେ ଆପଣ ରହୁଛନ୍ତି କିମ୍ବା ରହିବାକୁ ଯାଉଛନ୍ତି, ଆପଣଙ୍କ ରୁମମେଟ କିମ୍ବା ଆପଣଙ୍କ ରୁମ ନିକଟ କୋଠରୀରେ ରହୁଥିବା ଝିଅ ମାନଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ | ତାଙ୍କ ପ୍ରକୃତି ଏବଂ ପରିବାର ବିଷୟରେ ଜାଣି ରଖିନ୍ତୁ | ଯାହାଦ୍ୱାରା ଆପଣଙ୍କୁ ଆଗନ୍ତୁକ ବିପଦ ବା ଅସୁବିଧା ସମୟରେ ସାହାଯ୍ୟ ମିଳିବ |

  • ସନ୍ଦିଗ୍ଧ ଲୋକଙ୍କୁ ଚିହ୍ନଟ କରନ୍ତୁ |

ବେଳେବେଳେ ହଷ୍ଟେଲରେ ଥିବା ସନ୍ଦିଗ୍ଧ ଲୋକଙ୍କୁ ହଷ୍ଟେଲ ମାଲିକଙ୍କ ବନ୍ଧୁ ବୋଲି ସନ୍ଦେହ କରାଯାଏ | ଯଦି ଆପଣ ସେହିଭଳି କାହାର କାର୍ଯ୍ୟକଳାପକୁ ସନ୍ଦେହ କରୁଛନ୍ତି କିମ୍ବା ଅନୁଭବ କରୁଛନ୍ତି ଯେ ଆପଣ ରହୁଥିବା ହଷ୍ଟେଲରେ ଏପରି କେହି ଅଛନ୍ତି ଯିଏ ଆପଣଙ୍କ ସୁରକ୍ଷା ପ୍ରତି ବିପଦ ହୋଇପାରେ, ତୁରନ୍ତ ଏହାକୁ ଆପଣଙ୍କ ପରିବାର, ହଷ୍ଟେଲ ୱାର୍ଡେନ, ସାଙ୍ଗସାଥି ମାନଙ୍କୁ ଜଣାନ୍ତୁ |

  • ହଷ୍ଟେଲ ନିୟମ ଅନୁସରଣ କରନ୍ତୁ |

ହଷ୍ଟେଲରେ ରହୁଥିବା ମହିଳାମାନଙ୍କ ପାଇଁ କିଛି ନିୟମ ପ୍ରାୟତଃ ତିଆରି କରାଯାଇଥାଏ | ଯେଉଁଥିରେ ନିୟମ ଅନୁଯାୟୀ ଠିକ୍ ସମୟରେ ଫେରିବା, ବାହାରକୁ ଯିବା ସମୟରେ ରେଜିଷ୍ଟରରେ ଲେଖିବା ଭଳି ନିୟମ ଅନ୍ତର୍ଭୁକ୍ତ | ସେହି ସବୁ ନିୟମ ଗୁଡିକୁ ଅନୁସରଣ କରିବା ମଧ୍ୟ ଆପଣଙ୍କ ପାଇଁ ଭଲ ହୋଇଥାଏ |

Get real time updates directly on you device, subscribe now.