fbpx

ଗୋଟିଏ ଏକରରୁ ୨କୋଟି; ଏହି ଗଛ ଆପଣଙ୍କୁ କରି ଦେବ କୋଟିପତି

ନୂଆଦିଲ୍ଲୀ :ଚାଷ କରି ଆପଣ କୋଟିପତି ହୋଇପାରିବେ । କୃଷିକାର୍ଯ୍ୟ କରି ୧୨ ବର୍ଷରେ ହୋଇପାରିବେ କୋଟିପତି । ତେବେ ଆପଣ ଭାବୁଥିବେ ଏମିତି କେଉଁ କୃଷି କାର୍ଯ୍ୟ ଅଛି, ଯାହା କରିଲେ ଜଣେ କୃଷକ ହୋଇପାରିବେ କୋଟିପତି । ଏହା ପାଇଁ ଆବଶ୍ୟକ ଗୋଟିଏ ଏକର ଜମି । ସେଠାରେ ୧୨୦ ଟି ଗଛ ଲଗାଯିବ ।୧୨ ବର୍ଷ ପରେ ଆପଣଙ୍କୁ କେହି କୋଟିପତି ହେବାରୁ ଅଟକାଈ ପାରିବେ ନାହିଁ ।

ଆମେ ସବୁ ଜାଣିଛୁ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏଠାରେ ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି । ଏବେ କୃଷି କାର୍ଯ୍ୟରେ ବହୁ ଶିକ୍ଷିତ ଲୋକ ମଧ୍ୟ ନିୟୋଜିତ ହେଉଛନ୍ତି । ଏଭଳି ବହୁ ଚାଷୀ ଅଛନ୍ତି ଯେଉଁମାନେ କୃଷି କାର୍ଯ୍ୟରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସେହିଭଳି ଆଜି ଆମେ ଆଣଙ୍କୁ ଏମିତି ଏକ ବବସାୟ ବିଷୟରେ କହିବାକୁ ଯାଉଛୁ । ଯାହା କରି ଆପଣ ମଧ୍ୟ କୋଟି କୋଟି ଟଙ୍କାର ମାଲିକ ହୋଇାରିବେ । ଆମେ ଆପଣଙ୍କୁ ମହୋଗାନି ଚାଷ ବିଷୟରେ କହୁଛୁ । ଏହା ଏପରି ଏକ ଚାଷ ଯାହା ଦ୍ୱାରା କୋଟି କୋଟି ଟଙ୍କା ରୋଜଗାର କରି ପାରିବେ । ଆପଣ ଯଦି ୧ ଏକର ଜମିରେ ୧୨୦ ଟି ଗଛ ଲଗାଇବେ ତେବେ ୧୨ ବର୍ଷ ପରେ କୋଟିଏ ଟଙ୍କା ରୋଜଗାର କରିବେ ।

ମହୋଗାନି କାଠ ଦୀର୍ଘ ସମୟ ଧରି ବ୍ୟବହୃତ ହୋଇପାରିବ । ଏହା ଏକ ଶକ୍ତିଶାଳୀ ଏବଂ ଦୀର୍ଘସ୍ଥାୟୀ କାଠ । ଏହି କାଠ ଲାଲ ଏବଂ ବାଦାମୀ ରଙ୍ଗର ଅଟେ । ଏହି ଚାଷ କରିବା ସମୟରେ ଜଳର ସମସ୍ୟା ହୁଏ। ତେବେ ମଧ୍ୟ ଏହି ଚାଷ ଉପରେ କୋଣସି ପ୍ରଭାବ ପଡେ ନାହିଁ । ବୈଜ୍ଞାନିକ ମତ ଅନୁଯାୟୀ, ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ର ସହ୍ୟ କରିବାର କ୍ଷମତା ମହୋଗାନି ଗଛ ପାଖରେ ରହିଛି।

ଏହି ଚାଷ କରିବା ପାଇଁ ଉପଯୁକ୍ତ ସ୍ଥାନ ?
କମ୍ ପବନ ବହୁ ଥିବା ସ୍ଥାନରେ ଏହି ଗଛ ଲଗାଇବା ଆବଶ୍ୟକ ।ଏହାର କାରଣ ହେଉଛି ଗଛର ଉଚ୍ଚତା ପ୍ରାୟ ୪୦ ରୁ ୨୦୦ ଫୁଟ ଲମ୍ବା ହୋଇଥାଏ । ଭାରତରେ ମହୋଗାନି ପ୍ରାୟ ୬୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଭାରତରେ ଏହି ଗଛକୁ ପାହାଡ ଅଚଂଳ ଛାଡି ଆଉ ସମସ୍ତ ସ୍ଥାନରେ ଲଗେଇପାରିବ । ଏହି ଚାଷ ପାଇଁ ମୃତିକା ପିଏଚ୍ ମୂଲ୍ୟ ସାଧାରଣ ହେବା ଉଚିତ୍ ।

ମହୋଗାନୀର ବ୍ୟବହାର:ମହୋଗାନି ଗଛକୁ ବହୁ ମୂଲ୍ୟବାନ ବିବେଚନା କର।ଯାଏ । ଏହି ଗଛର କାଠ ଏବଂ ଗଣ୍ଡି ଉଭୟ ବହୁତ ଶକ୍ତିଶାଳୀ । ଏହି ଗଛର ପତ୍ର କର୍କଟ,ରକ୍ତଚାପ , ଆଜମା, ଥଣ୍ଡା ଏବଂ ମଧୁମେହ ଭଳି ରୋଗର ନିରାକରଣ ପାଇଁ କର।ଯାଏ । ଏହା ସହ ଗଛର କାଠକୁ ଜାହାଜ, ମୂଲ୍ୟବାନ ଆବାସପତ୍ର, ପ୍ଲାଇ, ସାଜସଜ୍ଜା ସମାଗ୍ରୀ ଏବଂ ମୁର୍ତି ଇତ୍ୟାଦି ର୍ନିମାଣ ପାଇଁ ବ୍ୟବହାର କରାଯାଏ ।

କେତେ ରୋଜଗାର କରିବେ ଜାଣନ୍ତୁ?
ଭାରତରେ ମହୋଗାନି ଚାଷ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାର ଔଷଧୀୟ ଗୁଣ ଯୋଗୁଁ ବଜାରରେ ଏହାର ମୂଲ୍ୟ ଦୃତ ଗତିରେ ବୃଦ୍ଧି ପାଇଛି । ଏହି ଗଛ ୫ ବର୍ଷରେ ଥରେ ମଞ୍ଜି ଦେଇଥାଏ । ଗୋଟିଏ ଗଛରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ ମଞ୍ଜି ବାହାରିଥାଏ । ମଞ୍ଜି କିଲୋ ପିଛା ୧ହଜାର ଟଙ୍କାରେ ବିକ୍ରି ହୋଇଥାଏ । ମହୋଗାନୀର କାଠ ଘନଫୁଟରେ ବିକ୍ରି ହୋଇଥାଏ । ଏହାର ପ୍ରତିଟି ଖଣ୍ଡ ୨୦୦ ରୁ ୨୨୦୦ ଟଙ୍କାରେ ବିକ୍ରି ହୋଇଥାଏ ।

Get real time updates directly on you device, subscribe now.