fbpx

ସୋସିଆଲ ମିଡିଆ ପ୍ରୋଫାଇଲ ବଦଳାଇଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisement

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ସୋସିଆଲ ମିଡିଆ ପ୍ରେଫାଇଲ ବଦଳିଛି । ଏକ୍ମ, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପ୍ରୋଫାଇଲର ଷ୍ଟାଟସ୍ ବଦଳାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଫାଇଲ ରହିଥିଲା । ବର୍ତ୍ତମାନ ବିଜେଡି ସଭାପତି ଭାବେ ପ୍ରୋଫାଇଲ୍ ଅପଡେଟ୍ ହୋଇଛି ।

ଆଜି ଅପରାହ୍ନ ୪ଟା ୪୫ରେ ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । ଏହା ପୂର୍ବରୁ ସେ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ବିଜେପିର ତୁଙ୍ଗ ନେତା ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିଲେ । ଏହା ସହ ତାଙ୍କୁ ଶପଥପାଠ ସମାରୋହ ପାଇଁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.