fbpx

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଅବସ୍ଥା ସଙ୍କଟାପନ୍ନ

Advertisement

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଦୁଃଖଦ ଖବର ଆସିଛି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତେବେ ୭୯ ବର୍ଷୀୟ ମୁଶାରଫ ଦୁବାଇଠାରେ ଚିକିତ୍ସିତ ହେଉଛନ୍ତି । ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ତାଙ୍କୁ ଦୁବାଇର ଏକ ଆମେରିକୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମୁଶାରଫଙ୍କ ମୃତ୍ୟୁକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା । ସେ ଗତ ୨୧ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଭେଣ୍ଟିଲେଟରରେ ରହି ନଥିବା ତାଙ୍କର ପରିବାରବର୍ଗଙ୍କ ପକ୍ଷରୁ ସୂଚନା ଦିଆଯାଇଥିଛି । ମୁଶାରଫଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ସେସେଜ୍ ଶେୟାର କରାଯାଇଛି । ତେବେ ଭିନ୍ନ ଭିନ୍ନ ମିଡ଼ିଆରେ ତାଙ୍କର ମୃତ୍ୟୁ ନେଇ ଅଲଗା ଅଲଗା ଖବର ପ୍ରକାଶ ପାଉଛି ।

ମୁଶାରଫ ଗତ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଦାୟିତ୍ୱରେ ରହିଥିଲେ । ସେ ପାକିସ୍ତାନ ନାଗରିକ ସରକାରଙ୍କ ବିନା ଅନୁମତିରେ ଭାରତ ବିରୋଧରେ କାରଗିଲ ଅପରେସନ୍ ଚଳାଇଥିଲେ । ୨୦୦୭ ମସିହା ନଭେମ୍ବର ୩ରେ ଦେଶରେ ଜରୁରୀକାଳୀନ ଲାଗୁ କରିବା ଓ ସେହିବର୍ଷ ଡିସେମ୍ବରରେ ସମ୍ବିଧାନକୁ ହଟାଇବା ଅପରାଧରେ ତାଙ୍କ ନାମରେ ଦେଶଦ୍ରୋହ ମାମଲା ଦାୟର ହୋଇଥିଲା । ୨୦୧୪ ମସିହା ମାର୍ଚ୍ଚ ୩୧ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Get real time updates directly on you device, subscribe now.