fbpx

ଫୁଲବାଣୀର ପୂର୍ବତନ ବିଧାୟକ ଗିରଫ

ଫୁଲବାଣୀ,୨୩ ।୨(ଓଡିଶା ଭାସ୍କର): ଫୁଲବାଣୀର ର୍ପୂବତନ ବିଧାୟକ ଦେବେନ୍ଦ୍ର କହଁର ଆଜି ଗିରଫ ହୋଇଛନ୍ତି । ଦେବେନ୍ଦ୍ର କହଁରଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ଫେବ୍ରୁଆରୀ ଲୁଟ ଅଭିଯୋଗରେ ଆଜି ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କୁ ଗିରଫ କରାଯାଇଛି । ଗତ ୧୧ ତାରିଖରେ ଉରୁମାଗଡ ରାସ୍ତାରେ ଲୁଟ କରିଥିବା ଅଭିଯୋଗ ହୋଇଛି ।

ଲୁଟର ଶିକାର ହୋଇଥିବା ବ୍ୟକ୍ତି ଢେଙ୍କାନାଳ ପର୍ଜଙ୍ଗ ଅଞ୍ଚଳର କାମାକ୍ଷୀ ବେହେରା । ବନ୍ଧୁ ଘରକୁ ଯାଉଥିବା ବେଳେ ରାସ୍ତାରେ ବ୍ୟକ୍ତି ଜଣକ ଲୁଟର ଶିକାର ହୋଇଥିଲେ । ଠିକଣା ପଚାରିବା ବେଳେ ଦେବେନ୍ଦ୍ର ମାଡ କାରି ଲୁଟ୍ କରିଥିବା ବ୍ୟକ୍ତିଜଣକ ଅଭିଯୋଗ କରିଛନ୍ତି । ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୋଲିସ ।

Get real time updates directly on you device, subscribe now.