fbpx
BJD SKY
BJD SKY

ଆମେରିକାର ପୂର୍ବତନ ରଗ୍ବି ଖେଳାଳି ଓଜେ ସିମ୍ପସନଙ୍କ ପରଲୋକ

BJD

ନୂଆଦିଲ୍ଲୀ: ବିବାଦରେ ଥିବା ଆମେରିକୀୟ ଫୁଟବଲ ସୁପରଷ୍ଟାର ଓଜେ ସିମ୍ପସନଙ୍କର ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । କ୍ୟାରିୟରରେ ସବୁଠୁ ଆଗରେ ଥିବା ବେଳେ ତାଙ୍କର ଏପରି ମୃତ୍ୟୁ ପ୍ରଶଂସକଙ୍କ ମନରେ କୋଉଠି ନା କୋଉଠି ଆଘାତ ଦେଇଛି । ଆମେରିକୀୟ ରଗ୍ବି ଖେଳ ଯାହା ଫୁଟ୍ ବଲ୍ କେଳ ଭଳି ଖେଳାଯାଉଥିବା ଏକ ଖେଳ, ଯାହା ଫୁଟ୍ ବଲ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହା ଆମେରିକାର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା।  ସିମ୍ପସନଙ୍କ ପରିବାର ଲୋକେ ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ଖବର ସେୟାର କରିଛନ୍ତି ।

ସିମ୍ପସନଙ୍କ ମୃତ୍ୟୁର କାରଣ କର୍କଟ ରୋଗ ହୋିଥିବା ନେଇ ପରିବାର ଲୋକେ କହିଛନ୍ତି । ସିମ୍ପସନଙ୍କ କ୍ୟାରିୟର ଅନେକ ବିବାଦର ସାକ୍ଷୀ ହୋଇଛି । ୧୯୯୫ମସିହାରେ ତାଙ୍କ ପତ୍ନୀ ଓ ଜଣେ ବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସିମ୍ପସନଙ୍କ ବିରୋଧରେ ମଧ୍ୟ ବିଚାର ହୋଇଥିଲା କିନ୍ତୁ ପରେ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା ।

ସେତେବେଳେ ଏହା ଆମେରିକାରେ ସବୁଠାରୁ ଲୋକପ୍ରିୟ ପରୀକ୍ଷଣ ଥିଲା ଯାହା ବିଶ୍ୱବ୍ୟାପୀ ଆଗ୍ରହ ଆକର୍ଷଣ କରିଥିଲା । ୨୦୦୮ରେ ଅସ୍ତ୍ରଶସ୍ତ୍ର ଲୁଟ୍ ଅଭିଯୋଗରେ ତାଙ୍କୁ ୩୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିବା ପରେ ସେ ପୁଣି ବିବାଦଘେରକୁ ଆସିଥିଲେ । ତେବେ ପରେ ଏହି ମାମଲାରେ ତାଙ୍କୁ ୨୦୧୭ରେ ମୁକ୍ତ କରାଯାଇଥିଲା।

 

Get real time updates directly on you device, subscribe now.