fbpx

(Video) ସିଟ୍ ବେଲ୍ଟ ପିନ୍ଧିନଥିବାରୁ ପୋଲିସର ଆକ୍ରୋଶ; ଡ୍ରାଇଭରଙ୍କୁ ଗୁଳିମାଡ଼, ୪୧ ସେକେଣ୍ଡରେ ୯୬ ଗୁଳି

ନୂଆଦିଲ୍ଲୀ: ଆମେରିକାର ଚିକାଗୋରେ ପୋଲିସର ଏକ ଅଜବ କାଣ୍ଡ ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ୪୧ ସେକେଣ୍ଡ ମଧ୍ୟରେ ଚଳାଇଲେ ୯୬ଟି ଗୁଳି। ଗୁଳିମାଡ଼ରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପୁଲିସର ଟାର୍ଗେଟରେ ଥିଲା ଏକ ଏସ୍ୟୁଭି। ଆପଣ ଭାବୁଥିବେ ଯେ ପୋଲିସ ହୁଏତ ଜଣେ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଥାଇପାରେ। ହେଲେ ସେମିତି କିଛି ବି ନୁହେଁ। କାର୍ ଡ୍ରାଇଭର ଜଣଙ୍କ ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଆଖିବୁଜା ଗୁଳି ଚଳାଇଥିଲେ ପୋଲିସ କର୍ମଚାରୀ।

ସୂଚନା ଅନୁସାରେ ଗତ ମାସରେ ଚିକାଗୋ ପୋଲିସ ଏହି ଗୁଳିକାଣ୍ଡ ଘଟାଇଥିଲା। ଏହି ଏସ୍ୟୁଭି କାରକୁ ୨୬ ବର୍ଷୀୟ ଡେକ୍ସଟର ରିଡ୍ ଚଳାଉଥିଲେ। ଟ୍ରାଫିକ୍ ଷ୍ଟପ୍ ରେ ଜଣେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ରିଡ୍ ସିଟ୍ ବେଲ୍ଟ ପିନ୍ଧି ନ ଥିବା ଜଣାପଡ଼ିବା ପରେ। ଅଧିକାରୀ ରିଡ୍ ଙ୍କୁ କାର୍ ରୁ ଓହ୍ଲାଇବାକୁ କହିଥିଲେ। ରିଡ୍ଙ୍କ ମନା କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଉ କିଛି ଅଧିକାରୀ ସେଠାରେ ପହଞ୍ଚିଥିଲେ। ବଚସା ଏତେ ବଢିଯାଇଥିଲା ଯେ ରିଡ୍ ଗୁଳି ଚଳାଇଥିଲେ। ଏପରିକି ଏଥିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଏହାପରେ ଅନ୍ୟ ପୋଲିସ କର୍ମଚାରୀମାନେ ଗୁଳି ବର୍ଷା କରିଥିଲେ। ଖବର ମୁତାବକ ଘଟଣାସ୍ଥଳରେ ୪୧ ସେକେଣ୍ଡରେ ସମୁଦାୟ ୯୬ଟି ଗୁଳି ଚାଳନା କରାଯାଇଥିଲା। ବର୍ତ୍ତମାନ ଗୁଳିକାଣ୍ଡର ଏହି ଭିଡିଓ ଫୁଟେଜ୍ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Get real time updates directly on you device, subscribe now.