fbpx

ନିର୍ବାଚନ ହାରିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଲାଲକୁଆଁ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାଲିଛି ବଡ଼ ଟକ୍କର । ଏହାରି ମଧ୍ୟରେ ଉତ୍ତରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିର୍ବାଚନରେ ହାରିଛନ୍ତି । ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହରିଶ ହାରିଛନ୍ତି ।

ସେହପରି ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ହାରିଛନ୍ତି । ପଟିଆଲା କ୍ୟାପଟେନଙ୍କୁ ହରାଇଛନ୍ତି ଆପର ଅଜିତ ପଲ କୋହଲି । ପ୍ରାୟ ୧୩ ହଜାରରୁ ଅଧିକ ଭୋଟର ହାରିଛନ୍ତି ଅମରିନ୍ଦର । ଅନ୍ୟପଟେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ବାଜିମାର କରିଛନ୍ତି । ହେନଗାଙ୍ଗ ଆସନରୁ ୧୮ ହଜାର ଭୋଟରେ ଜିତିଲେ ବୀରେନ ।

Get real time updates directly on you device, subscribe now.