fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଶୋଚନୀୟ: ଦୁଇଟି ଆସନରୁ ହାରିଲେ ଚନ୍ନି

ନୂଆଦିଲ୍ଲୀ: ଆଜି ଦେଶର ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଜେପି ଆଗରେ ରହିଥିବା ବେଳେ ପଞ୍ଜାବରେ ବାଜି ମାରିଛି ଆମ୍ ଆଦମୀ ପାର୍ଟି (ଏଏପି) । ପଞ୍ଜାବରେ ଆପର ଲହରୀରେ ବହୁ ହେଭିୱେଟଙ୍କ ଧ୍ୱଜା ଉଡ଼ି ଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନି । ଚଳିତ ନିର୍ବାଚନରେ ଚନ୍ନି ଦୁଇଟି ଆସନରେ ପରାସ୍ତ ହୋଇଛନ୍ତି । ସେ ଚଳିତ ନିର୍ବାଚନରେ ପଞ୍ଜାବର ଚମକୌର ସାହିବ ଓ ଭାଦୌର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ଲଢ଼ୁଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ପଞ୍ଜାବ ମୋଟ ୧୧୭ଟି ବିଧାନସଭା ଆସନ ମଧ୍ୟରୁ ଆପ ୬୯ଟିରେ ଆଗରେ ରହିଥିବା ବେଳେ ୨୧ଟିରେ ବିଜୟୀ ହୋଇଛି । କଂଗ୍ରେସ ୧୭ଟିରେ ଆଗରେ ରହିବା ସହ ୨ଟିରେ ବିଜୟ, ବିଜେପି ଗୋଟିଏ ସିଟରେ ଆଗରେ ରହିବା ସହ ଗୋଟିଏ ସିଟରେ ବିଜୟ, ଶିରୋମଣୀ ଅକାଳୀ ଦଳ (ଏସଏଡି) ୪ଟି ସିଟରେ ଆଗୁଆ ରହିବା ସହ ଗୋଟିଏ ସିଟରେ ବିଜୟୀ ହୋଇଛି ।

Get real time updates directly on you device, subscribe now.