fbpx

କାଳ ସାଜିଲା ପାଣି ଭର୍ତ୍ତି ଗାତ, ନେଇଗଲା ୪ ଶିଶୁଙ୍କ ଜୀବନ

କୋରାପୁଟ: ପାଣି ଭର୍ତ୍ତି ଗାତ ନେଇଗଲା ୪ ନିରୀହ ଶିଶୁଙ୍କ ଜୀବନ । ଗାତରେ ପାଣି ଭରି ରହିଥିବା ଜାଣିନପାରି ସେଥିରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୂଯାୟୀ, କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକ୍ ମାଝୀଗୁଡ଼ାରେ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ରାସ୍ତା ନିର୍ମାଣ ବେଳେ ହୋଇଥିବା ଗାତରେ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ନାବାଳିକା ଓ ଜଣେ ନାବାଳକ ରହିଛନ୍ତି ।

ତେବେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.