fbpx

ପ୍ରେମିକାର ତଣ୍ଟି ଚିପି ହତ୍ୟା କଲେ, ଟ୍ରେନ ଆଗକୁ ଡେଇଁ ନିଜେ ଜୀବନ ହାରିଲେ ବୃଦ୍ଧ: ହତ୍ୟା ପଛର ରହସ୍ୟ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ପ୍ରେମିକାକୁ ତଣ୍ଟି ଚିପି ବିଭତ୍ସ ଭାବେ ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁପଡିଲା ୬୮ ବର୍ଷିୟ ପ୍ରେମିକ।  ପ୍ରେମିକା ମୃତଦେହ ଗାରଫର ଫ୍ଲାଟରୁ ଉଦ୍ଧାର କରାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାତାରେ ବୃଦ୍ଧଙ୍କ ମୃତଦେହକୁ ବାଲିଗଞ୍ଜ- ଧାକୁରିଆ ଷ୍ଟେସନ ଟ୍ରେନ୍ ଲାଇନ୍‌ରୁ ଉଦ୍ଧାର କରିଛି ଆର୍‌ପିଏଫ୍। ମୃତ ମହିଳାଙ୍କ ନାମ ଶାନ୍ତି ସିଂ(୪୫) ଓ ତାଙ୍କ ପ୍ରେମିକଙ୍କ ନାମ ବାବୁଲାଲ ଓରଫ ଗୋବର୍ଦ୍ଧନ ସେଠ(୬୮) ବୋଲି ସୂଚନା ମିଳିଛି। ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି।  ତେବେ ପ୍ରେମିକାକୁ ହତ୍ୟା ପରେ ଆତ୍ମହତ୍ୟା କରିବା ପଛର କାରଣ କ’ଣ ରହିଛି ଜଣାପଡିଛି। ଛନ୍ଦି ହୋଇଥିବା ରହସ୍ୟମୟ ମାମଲା ଛାନ୍ ଭିନ୍ ଆରମ୍ଭ କରିଛି ପୋଲିସ।

ସୂଚନା ମୁତାବିକ, ବାବୁଲା ବସ୍ ଡ୍ରାଇଭାର ଭାବେ କାମ କରୁଥିଲା ହେଲେ ଏବେ ସେ କୌଣସି କାମ କରୁନଥିଲେ । ବାବୁଲାଲ ବିବାହିତ ହୋଇଥିଲେ ମଧ୍ୟ ପତ୍ନୀ ତାଙ୍କ ସହ ରହୁ ନଥିଲେ । ହେଲେ ଶାନ୍ତି ସିଂଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା କୁହାଯାଉଛି ।  ଗରଫା ପୁଲିସ ଷ୍ଟେସନ ପରିସରରେ ଥିବା ଏକ ଫ୍ଲାଟରୁ ଶାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ  ଲାଲବଜାର ପୋଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ଫ୍ଲାଟ ଚଟାଣରେ ଶାନ୍ତି ସିଂଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା । ତାଙ୍କ ବେକରେ ଏକ ଓଢଣୀ ବନ୍ଧା ଥିଲା । ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିଲା । ଏକ ଘଣ୍ଟା ପରେ ବାଲିଗଞ୍ଜ ଏବଂ ଧାକୁରିଆ ଷ୍ଟେସନ ମଝିରେ ବାବୁଲାଲଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା ।

ପ୍ରାଥମିକ ତଦନ୍ତରୁ ଅଧିକାରୀମାନେ ଅନୁମାନ କରିଛନ୍ତି ଯେ, ଶାନ୍ତି ସିଂ ସେଦିନ ବାବୁଲାଲଙ୍କୁ ଭେଟିବା ପାଇଁ ଗାରଫର ଫ୍ଲାଟକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ବାବୁଲାଲ ତାଙ୍କ ପ୍ରେମିକାକୁ ହତ୍ୟା କରିଥିଲେ । ସେହି ଅନୁତାପରେ ସେ ନିଜେ ଟ୍ରେନ ସମ୍ମୁଖକୁ ଡେଇଁପଡିଥିବା ପୁଲିସ ଅନୁମାନ କରୁଛି । ବିଶ୍ୱାସ କରାଯାଏ ଯେ, ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କ୍ୟାନିଙ୍ଗ ଲାକାଲ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଶାନ୍ତି ସିଂଙ୍କ ଭଉଣୀ ମୁନି କହିଛନ୍ତି ଯେ, ବାବୁଲାଲ ତାଙ୍କୁ ଫୋନ କରିଥିଲେ । ସେ ଶାନ୍ତିଙ୍କୁ ହତ୍ୟା କରିଛନ୍ତି । ଦୁଇଟି ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଘଟଣା ପଛରେ କଣ ରହସ୍ୟ ତାହା ପୁଲିସ ତଦନ୍ତ କରୁଛି ।

Get real time updates directly on you device, subscribe now.