fbpx

ପର୍ଣ୍ଣୋଗ୍ରାଫୀ ମାମଲା: କୁନ୍ଦ୍ରାଙ୍କ ବିରୋଧରେ ବୟାନ ଦେବେ ୪ କର୍ମଚାରୀ!

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ମାମଲାରେ ତଦନ୍ତର ଶିକାର ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ୍ ଯାଞ୍ଚ କରୁଛି । ଅଶ୍ଳୀଳ ଭିଡିଓ ନିର୍ମାଣ କରିବା ଏବଂ ତାକୁ ଆପ୍ ରେ ଅପଲୋଡ୍ କରିବା କେସ୍ ର ଖୋଳତାଡ଼ ଜାରି ରହିଛି । ଇତି ମଧ୍ୟରେ ଗତକାଲି ରାଜ୍ କୁନ୍ଦ୍ରାଙ୍କ ଅଫିସ୍ ରେ ପହଞ୍ଚି ମୁମ୍ବାଇ ପୁଲିସ୍ ଯାଞ୍ଚ କରିଥିଲା । ସେଠାରୁ ଏକ ସିକ୍ରେଟ୍ ଲକର୍ ମିଳିଛି । ଯେଉଁଥିରେ ଅନେକ ଡକ୍ୟୁମେଣ୍ଟ ଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନର ସୂଚନା ଅନୁସାରେ, ରାଜ୍ କୁନ୍ଦ୍ରାଙ୍କ ଅଫିସ୍ ରେ କାମ କରୁଥିବା ୪ ଜଣ କର୍ମଚାରୀ ଏହି ମାମଲାର ସାକ୍ଷୀ ଭାବରେ ଆଗକୁ ଆସିଛନ୍ତି ।

ଏଭଳି ପରିସ୍ଥିତିରେ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ହାତରେ ଲାଗିବ ବୋଲି କୁହାଯାଉଛି । ତେବେ ରାଜ୍ କୁନ୍ଦ୍ରାଙ୍କ କମ୍ପାନୀରେ କାମ କରୁଥିବା ୪ କର୍ମଚାରୀ ସାକ୍ଷୀ ଭାବରେ ମିଳିଥିବା ବେଳେ ସେମାନଙ୍କ ନାଁ ଘୋଷଣା କରାଯାଇନାହିଁ । ଏମାନଙ୍କ ବୟାନ ଏହି ମାମଲାରେ ନୂଆ ମୋଡ଼ ଆଣିପାରେ । ରାଜ୍ କୁନ୍ଦ୍ରାଙ୍କ ବିଜନେସ୍ ଡିଲ୍ ବାବଦରେ ଏମାନେ ସୂଚନା ଦେଇପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.