fbpx

ଟୋକିଓ ୨୦୨୦: ପ୍ରି କ୍ୱାର୍ଟରରେ ମେରୀକମ୍

ନୂଆଦିଲ୍ଲୀ: ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତୀୟ ଭାରୋତ୍ତଳିକା ମୀରାବାଇ ସାଇଖୋମ ଚାନୁ ରୌପ୍ୟ ପଦକ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନରେ ବିଜୟ ହାସଲ କରିଛନ୍ତି ଏମ୍ ସି ମେରୀକମ୍ । ରବିବାର ଅନୁଷ୍ଠିତ ମୁକାବିଲାରେ ବିଜୟୀ ହେବା ସହିତ ଟପ୍-୧୬ରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । ମହିଳା ୫୧ କିଗ୍ରା ବର୍ଗରେ ମେରୀ ଡୋମିନିକା ରିପବ୍ଲିକର ବକ୍ସର ହର୍ଣ୍ଣାଣ୍ଡେଜ୍ ଗ୍ରାସିଆଙ୍କୁ ୪-୧ରେ ପରାସ୍ତ କରି ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି ।

ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟିନୀ ମେରୀ ନିଜ ପଞ୍ଚ ଏବଂ ତୀବ୍ର ଗତି ଦ୍ୱାରା ପ୍ରତିପକ୍ଷ ଖେଳାଳିଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ । ନିଜ ଠାରୁ ୧୫ ବର୍ଷ ଛୋଟ ପ୍ରତିପକ୍ଷ ଖେଳାଳଙ୍କ ବିପକ୍ଷରେ ରକ୍ଷଣାତ୍ମକ ଅନ୍ଦାଜରେ ଖେଳ ଆରମ୍ଭ କରିଥିଲେ ମେରୀ । ତେବେ ୩୮ ବର୍ଷୀୟ ମେରୀ ନିଜ ଅଭିଜ୍ଞତାର ଫାଇଦା ଉଠାଇ ମ୍ୟାଚକୁ ଅନାୟାସରେ ୪-୧ରେ ଜିତି ନେଇଥିଲେ । ପ୍ରଥମ ରାଉଣ୍ଡକୁ ୩-୨ରେ ଜିତିବା ପରେ ଦ୍ୱିତୀୟ ରାଉଣ୍ଡ ମୁକାବିଲା ସମାନ ବ୍ୟବଧାନରେ ହାରିଥିଲେ ମେରୀ । ତେବେ ପରବର୍ତ୍ତୀ ୩ ରାଉଣ୍ଡରେ ବିଜୟୀ ହୋଇ ଟପ୍-୧୬ରେ ପହଞ୍ଚିଥିଲେ ମେରୀ । ଜୁଲାଇ ୨୯ ତାରିଖରେ ମେରୀ କଲମ୍ବିଆର ଭାଲେନ୍ସିଆ ଭିକ୍ଟୋରିଆଙ୍କୁ ଭେଟିବେ ।

Get real time updates directly on you device, subscribe now.