fbpx

ଆସନ୍ତାକାଲି ଖୋଲିବ ସ୍କୁଲ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି କାଲି ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ଯେଉଁ ପିଲାମାନେ ସ୍କୁଲକୁ ନ ଆସିପାରିବେ, ସେମାନେ ଅନଲାଇନରେ କ୍ଲାସ କରିପାରିବେ ବୋଲି ସେ କହିଛନ୍ତି ।

ଏନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ସ୍କୁଲ କ୍ୟାମ୍ପସ ସଫା ହେବା ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଲାସ୍ ରୁମକୁ ସାନିଟାଇଜ୍ କରାଯାଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ତେବେ ପିଲାମାନେ ସ୍କୁଲ ଆସିବା ପୂର୍ବରୁ ସେମାନଙ୍କର ଅଭିଭାବକଙ୍କ ଅନୁମତି ଆଣିବା ନେଇ ନିୟମ ରହିଛି । ଯେଉଁ ପିଲାମାନେ ସ୍କୁଲକୁ ଆସିପାରିବେନି, ସେମାନେ ଅନଲାଇନରେ କ୍ଲାସ କରିପାରିବେ । ଯଦି କୌଣସି ଅଭିଭାବକ ସେମାନଙ୍କ ପିଲାଙ୍କୁ କୋଭିଡ କାଳରେ ସ୍କୁଲକୁ ପଠାଇବାକୁ ଅନିଚ୍ଛୁକ, ସେମାନଙ୍କ ପାଇଁ ଏହା ଏକ ବିକଳ୍ପ । ପିଲାମାନେ କ୍ଲାସରୁମରେ କୋଭିଡ୍-୧୯ ଗାଇଡଲାଇନକୁ ଅନୁସରଣ କରି ପାଠ ପଢ଼ିବେ । ଯଦି ଅଧିକ ପିଲା ହୁଅନ୍ତି, ତେବେ ଆବଶ୍ୟକ ପଡ଼ିଲେ ସେକ୍ସନ କରାଯିବ । ତେବେ କେବଳ ଦଶମ ଶ୍ରେଣୀ ପାଇଁ ସ୍କୁଲ ଖୋଲୁଥିବାରୁ ଶିକ୍ଷକ ବା କ୍ଲାସରୁମର ଅଭାବ ପିଲାମାନେ ଅନୁଭବ କରିବେ ନାହିଁ । ତେବେ କରୋନା ଯୋଗୁଁ ଦୀର୍ଘଦିନ ପରେ ସ୍କୁଲ ଖୋଲୁଥିବା ବେଳେ ଏନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.