fbpx

୩ ବର୍ଷର ପିଲା ଢ଼ୋକିଦେଲା ଗଣେଶ ମୂର୍ତ୍ତି, ଏପରି ବଞ୍ଚିଲା ଜୀବନ

ବେଙ୍ଗାଲୁରୁ: ପିଲାମାନଙ୍କ ଉପରେ ଧ୍ୟାନ ନଦେବା, ସେମାନେ କେଉଁ ଜିନିଷ ସହ ଖେଳୁଛନ୍ତି ତା ଉପରେ ନଜର ନ ରଖିବା କେତେ ଭୟଙ୍କର ସାବ୍ୟସ୍ତ ହୋଇପାରେ ତାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି । ଗୋଟିଏ ୩ ବର୍ଷର ଛୋଟ ପିଲା ଏକ ଗଣେଶ ମୂର୍ତ୍ତିକୁ ଢ଼ୋକିଦେଲା । କିନ୍ତୁ ଏହାର ସମୟ ଅନୁସାରେ ଚିକିତ୍ସା ହେବାପରେ ପିଲାଟିର ଜୀବନ ବଞ୍ଚିଯାଇଛି । ଡାକ୍ତର ମାନେ ତୁରନ୍ତ ପିଲାଟିର ଅପରେସନ୍ କରି ମୂର୍ତ୍ତିଟିକୁ ବାହାର କରିଦେଇଛନ୍ତି ଏବଂ ତାର ଜୀବନ ବଞ୍ଚାଇ ଦେଇଛନ୍ତି । ଏହିଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ ।

ସୂଚନା ଅନୁସାରେ, ତିନି ବର୍ଷର ଝିଅ ଘରେ ଏକ ୫ ସେଣ୍ଟିମିଟର୍ ବିଶିଷ୍ଟ ଗଣେଶ ମୂର୍ତ୍ତି ସହ ଖେଳୁଥିଲା । ଏହି ସମୟରେ ସେ ମୂର୍ତ୍ତିଟିକୁ ଗିଳିଦେଇଥିଲେ । ଏହାପରେ ପିଲାର ଛାତିରେ ଯନ୍ତ୍ରଣା ହେବାକୁ ପରିବାର ଲୋକେ ତାକୁ ମନିପାଲ୍ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ପିଲାର ଏକ୍ସ-ରେ ରିପୋର୍ଟ ବାହାର କରିଥିଲେ, ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ମୂର୍ତ୍ତିଟି ଖାଦ୍ୟ ନଳୀ ପାଖରେ ଫସି ରହିଛି ।

ଏହାପରେ ଏଣ୍ଡୋସ୍କୋପିକ୍ ଦ୍ୱାରା ମୂର୍ତ୍ତିକୁ ବାହାର କରାଗଲା ଓ ତିନିଘଣ୍ଟା ପର୍ଯ୍ୟନ୍ତ ମନିଟରିଂ କରାଗଲା । ଏଥିସହ ୪ ଘଣ୍ଟାପରେ ପିଲାକୁ କ୍ଷୀର ପିଆଯାଇଥିଲା । ଏହାପରେ ତାକୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଥିଲା । ମନିପାଲ୍ ହସ୍ପିଟାଲର ନିର୍ଦ୍ଦେଶକ ଡ. ମନୀଶ ରାୟ କହିଛନ୍ତି ଯେ, ଶିଶୁଟିର ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ସମସ୍ତ ପରୀକ୍ଷା ସରିବା ପରେ ପିଲାଟିକୁ ତୁରନ୍ତ ଅପରେସନ୍ ଥିଏଟରକୁ ନିଆଯାଇଥିଲା ଏବଂ ସେଠାରେ ଆମର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ୍ ଟିମ୍ ଆନାସ୍ଥେସିଆ ଦେବା ପରେ ତୁରନ୍ତ କାର୍ୟ୍ୟ ଆରମ୍ଭ କରିଥିଲେ ଏବଂ ପିଲାଟିକୁ ବଞ୍ଚାଇବାରେ ସଫଳ ହୋଇଥିଲେ ।

Get real time updates directly on you device, subscribe now.